Odiapua.com

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୫୯ ହଜାର ନୂଆ ଆକ୍ରାନ୍ତ, ୧୭୬୧ ଜଣଙ୍କର ମୃତ୍ୟୁ

ନୂଆ ଦିଲ୍ଲୀ ୨୦-୪ (ଓଡ଼ିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦୁଇ ଲକ୍ଷ ୫୯ ହଜାର ୧୭୦ ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଗତକାଲି ୧୭୬୧ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା ୨୦ ଲକ୍ଷ ୩୧ ହଜାର ୯୭୭ କୁ ବୃଦ୍ଧି ପାଇଛି।

ସର୍ବଶେଷ କରୋନା ସ୍ଥିତି:
ମୋଟ ଆକ୍ରାନ୍ତ – ଏକ କୋଟି ୫୩ ଲକ୍ଷ ୨୧ ହଜାର ୮୯।
ମୋଟ ସୁସ୍ଥ – ଏକ କୋଟି ୩୧ ଲକ୍ଷ ଆଠ ହଜାର ୫୮୨।
ମୋଟ ମୃତ୍ୟୁ – ଏକ ଲକ୍ଷ ୮୦ ହଜାର ୫୩୦।
ମୋଟ ସକ୍ରିୟ ମାମଲା – କୋଡିଏ ଲକ୍ଷ ୩୧ ହଜାର ୯୭୭।
ମୋଟ ଟୀକାକରଣ – ୧୨ କୋଟି ୭୧ ଲକ୍ଷ ୨୯ ହଜାର ୧୧୩।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଅନୁଯାୟୀ, ଆଜି ପର୍ଯ୍ୟନ୍ତ ଭାରତରେ କରୋନା ଜୀବାଣୁ ପାଇଁ ମୋଟ ୨୬.୯୪ ନିୟୁତ ୧୪ ହଜାର ୩୫ ନମୁନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ଗତକାଲି ୧୫ ଲକ୍ଷ ୧୯ ହଜାର ୪୮୬ ନମୁନା ପରୀକ୍ଷା କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୬ ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଟିକା ଉତ୍ପାଦନକାରୀଙ୍କ ସହ ଏକ ବୈଠକ କରିବେ। ମେ ୧ ରୁ ୧୮ ବର୍ଷରୁ ଅଧିକ ସମସ୍ତ ଲୋକଙ୍କୁ ଦେଶରେ ଟିକା ଦିଆଯିବ।