Odiapua.com

୨୪ ଘଣ୍ଟାରେ ଦେଶରେ ୯, ୮୫୧ ନୂଆ କରୋନା ଆକ୍ରାନ୍ତ, ୨୭୩ ମୃତ୍ୟୁ ରେକର୍ଡ – ମୋଟ ମୃତ୍ୟୁ ସଂଖ୍ୟା ୬, ୩୪୮

ନୂଆ ଦିଲ୍ଲୀ ୫-୬ (ଓଡ଼ିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୯, ୮୫୧ ନୂତନ କୋଭିଡ -୧୯ ମାମଲା ପଞ୍ଜିକରଣ ହୋଇଛି ଏବଂ୨୭୩ ମୃତ୍ୟୁ ରେକର୍ଡ ହୋଇଛି। ତେବେ ମୋଟ ମୃତ୍ୟୁ ସଂଖ୍ୟା ୬, ୩୪୮ ରେ ପହଁଚିଛି।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨, ୨୬, ୭୭୦ ହୋଇତିବା ବେଳେ ମୋଟ ମୃତ୍ୟୁସଂଖ୍ୟା ୬, ୩୪୮କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟଯେ, ହୋଟେଲ, ମଲ୍, ଧାର୍ମିକ ସ୍ଥାନ ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (SOP) ଜାରି କରିଛି। ଏହି ନିୟମ ଜୁନ୍ ୮ ରୁ ଦେଶର ବିଭିନ୍ନ ସ୍ଥାନରେ ଏପରି ସ୍ଥାନ ଖୋଲିବାର ଚାରି ଦିନ ପୂର୍ବରୁ ଆସିଛି ଯାହାକୁ ଅନଲକ୍ ୧ ର ପ୍ରଥମ ପର୍ଯ୍ୟାୟ କୁହାଯାଉଛି। କିନ୍ତୁ ଅପର ପକ୍ଷରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।