– ବର୍ତ୍ତମାନ ପର୍ଯ୍ୟନ୍ତ ପରୀକ୍ଷା କରାଯାଇଛି ପାଖାପାଖି ୧.୬ କୋଟି ନମୁନା
– ମୃତ୍ୟୁ ହାର ହ୍ରାସ ପାଇ ୨.୩୫ ପ୍ରତିଶତରେ ପହଞ୍ଚିଛି
ନୂଆ ଦିଲ୍ଲୀ ୨୬-୭ (ଓଡ଼ିଆ ପୁଅ) ପ୍ରଥମ ଥର ପାଇଁ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୪, ୨୦, ୦୦୦ରୁ ଅଧିକ କୋଭିଡ ପରୀକ୍ଷା କରାଯାଇଛି। ଗତ ଏକ ସପ୍ତାହ ମଧ୍ୟରେ କ୍ରମାଗତ ଭାବରେ ପ୍ରତ୍ୟେକ ଦିନ ୩, ୫୦, ୦୦୦ ସଂଖ୍ୟକ ନମୁନା ପରୀକ୍ଷଣ କରାଯିବା ଦ୍ଵାରା ଏହି ଉଚ୍ଚତର ସଂଖ୍ୟା ଆସିପାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪, ୨୦, ୮୯୮ ନମୁନା ପରୀକ୍ଷା କରାଯିବା ସହିତ ମିଲିୟନ ପିଛା ନମୁନା ପରୀକ୍ଷଣ ଆହୁରି ୧୧, ୪୮୫କୁ ବୃଦ୍ଧି ପାଇଛି ଏବଂ ସମୁଦାୟ ପରୀକ୍ଷଣ ସଂଖ୍ୟା ୧, ୫୮, ୪୯, ୦୬୮ରେ ପହଞ୍ଚିଛି।
ଜାନୁଆରୀ ୨୦୨୦ରେ କେବଳ ଗୋଟିଏରୁ ବୃଦ୍ଧି ପାଇ ଆଜି ୧୩୦୧ଟି ପରୀକ୍ଷାଗାର ରହିଛି, ଯାହାମଧ୍ୟରେ ୯୦୨ ଟି ସରକାରୀ ଏବଂ ୩୯୯ଟି ଘରୋଇ ପରୀକ୍ଷାଗାର ରହିଛି। ଆଇସିଏମଆରର ସରଳ ଓ ସଂଶୋଧିତ ନିୟମାବଳୀ ଓ ସରକାରଙ୍କ ଅନବରତ ପ୍ରୟାସ ଯୋଗୁଁ ବ୍ୟାପକ ପରୀକ୍ଷଣ ସମ୍ଭବ ହୋଇଛି।
କେନ୍ଦ୍ର ସରକାର, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସମନ୍ଵିତ ଦ୍ରୁତ ପରୀକ୍ଷଣ ସହ “ପରୀକ୍ଷା, ଚିହ୍ନଟ, ଚିକିତ୍ସା”ର ରଣନୀତି ଯୋଗୁଁ ଦୈନିକ ସଂକ୍ରମିତ ମାମଲା ବୃଦ୍ଧି ପାଉଥିଲେ ମଧ୍ୟ କ୍ରମଶଃ ଏହା ହ୍ରାସ ପାଇବ। ଏହି ପଦ୍ଧତି ଅନୁସରଣ ଯୋଗୁଁ ଏନସିଟିରେ ମଧ୍ୟ ମାମଲା ହ୍ରାସ ପାଇବା ପରିଲକ୍ଷିତ ହୋଇଛି।
ହୋଲିଷ୍ଟିକ ଷ୍ଟାଣ୍ଡାର୍ଡ ଅଫ କେୟାର ଆଭିମୁଖ୍ୟ ଉପରେ ଆଧାରିତ ପ୍ରଭାବଶାଳୀ ଏବଂ ଗୁଣାତ୍ମକ ଚିକିତ୍ସା ପରିଚାଳନା ନିୟମାବଳୀ ଯୋଗୁଁ ମୃତ୍ୟୁ ସଂଖ୍ୟା ହ୍ରାସ ପାଉଛି। ବିଶେଷତଃ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସାମୂହିକ ପ୍ରୟାସ ଯୋଗୁ କୋଭିଡ ଜନିତ ମୃତ୍ୟୁହାର ରୋକାଯାଇ ପାରିଛି। ଆଜି ଏହା ଯଥେଷ୍ଟ ହ୍ରାସ ପାଇ ୨.୩୫%କୁ ଖସିଛି ଯାହାକି ବିଶ୍ଵରେ ସର୍ବନିମ୍ନ।
ଗତ ୨୪ ଘଣ୍ଟା ମଧ୍ୟରେ ୩୨, ୨୨୩ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ସଂଖ୍ୟା ଆଜି ୮, ୪୯, ୪୩୧ରେ ପହଞ୍ଚିଛି। ସୁସ୍ଥତା ହାର ସର୍ବୋଚ୍ଚ ୬୩.୫୪%ରେ ପହଞ୍ଚିଛି। ଆରୋଗ୍ୟ ଏବଂ ସକ୍ରିୟ ରୋଗୀଙ୍କ ବ୍ୟବଧାନ ମଧ୍ୟ ୩, ୯୩, ୩୬୦କୁ ବୃଦ୍ଧି ପାଇଛି।
କୋଭିଡ-୧୯ ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA।
ଏ ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid୧୯@gov.in ଏବଂ ncov୨୦୧୯@gov.in ଏବଂ @CovidIndiaSeva କୁ ପଠାଇ ପାରିବେ।
କୋଭିଡ-୧୯ ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + ୯୧-୧୧-୨୩୯୭୮୦୪୬ କିମ୍ବା ୧୦୭୫ (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-୧୯ ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ।
https://www.mohfw.gov.in/pdf/coronvavirushelplinenumber.pdf