Odiapua.com

ଗୋଟିଏ ଦିନରେ ଭାରତରେ ରେକର୍ଡ ୫୬, ୩୮୩ କରୋନା ମୁକ୍ତ

– ଏବେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ପ୍ରାୟ ୧୭ଲକ୍ଷ
– ଆରୋଗ୍ୟଙ୍କ ହାର କ୍ରମାଗତଭାବେ ବଢୁଛି, ଆକ୍ରାନ୍ତଙ୍କ ମଧ୍ୟରେ ମୃତ୍ୟୁହାର ଆହୁରି ହ୍ରାସ ପାଇ ଏବେ ୧.୯୬ ପ୍ରତିଶତ

ନୂଆ ଦିଲ୍ଲୀ ୧୪-୮ (ଓଡ଼ିଆ ପୁଅ) ଭାରତରେ କରୋନା ମୁକାବିଲା କ୍ଷେତ୍ରରେ ଆଜି ଏକ ନୂଆ ସଫଳତା ମିଳିଛି। ଗୋଟିଏ ଦିନରେ ରେକର୍ଡ ସର୍ବାଧିକ ୫୬, ୩୮୩ ଜଣ ରୋଗମୁକ୍ତ ହୋଇଛନ୍ତି। ଏଥିସହିତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭ ଲକ୍ଷ ପାଖାପାଖି ପହଞ୍ଚିଛି। ଆଜିସୁଦ୍ଧା ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୬, ୯୫, ୯୮୨ ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱିତ, ଲକ୍ଷ୍ୟଭିତ୍ତିକ ଓ ସହଯୋଗ ମୂଳକ ଉଦ୍ୟମ ତଥା ଲକ୍ଷ ଲକ୍ଷ ସମ୍ମୁଖ କୋଭିଡ୍‌ ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ଲଢେଇ ଫଳରେ ଏହି ସଫଳତା ମିଳିଛି। ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟିଂ (ପରୀକ୍ଷା, ଠାବ ଓ ଚିକିତ୍ସା) ଏହି ୩ଟି ବିଷୟକୁ ଅତି ଅଧିକ ଗୁରୁତ୍ୱ ଦିଆଯାଇ କରୋନା ମୁକାବିଲା କରାଯାଉଛି। ଏଥିସହିତ ଚିକିତ୍ସକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକାରୀ ହେଉଥିବା ସଙ୍ଗରୋଧ ଓ ଗୃହରୋଧ ବ୍ୟବସ୍ଥା, ସଫଳ ଚିକିତ୍ସା ପରିଚାଳନା ଏବଂ ଅତି ଗୁରୁତର ତଥା ଜଟିଳ ରୋଗୀଙ୍କ ସ୍ୱତନ୍ତ୍ର ସେବା ଯତ୍ନ ଫଳରେ ଆରୋଗ୍ୟ ହାର ବଢୁଛି। କେନ୍ଦ୍ରର ପ୍ରତ୍ୟକ୍ଷ ନିର୍ଦ୍ଦେଶ ଓ ପରାମର୍ଶରେ ରୋଗୀମାନଙ୍କର ଚିକିତ୍ସା ଓ ସେବାଯତ୍ନ କରାଯାଉଛି। ଆଜିସୁଦ୍ଧା ଆରୋଗ୍ୟ ହାର ୭୦.୭୭ ପ୍ରତିଶତ ହୋଇଛି। ସେହିଭଳି ଆକ୍ରାନ୍ତଙ୍କ ମୃତ୍ୟୁହାର ଆହୁରି ହ୍ରାସ ପାଇ ୧.୯୬ ପ୍ରତିଶତରେ ପହଞ୍ଚିଛି।

ଆଜିକାର ଏହି ରେକର୍ଡ ଆରୋଗ୍ୟ ସଂଖ୍ୟା ଦେଶରେ କରୋନା ରୋଗୀଙ୍କ କ୍ରମାଗତ ଆରୋଗ୍ୟ ହାରକୁ ଅଧିକ ନିଶ୍ଚିତ କରିଛି। ଏବେ ଦେଶରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ମାତ୍ର ୨୭.୨୭ ଶତାଂଶ ଚିକିତ୍ସିତ ହେଉଛନ୍ତି। ସଂକ୍ରମିତଙ୍କଠାରୁ ଆରୋଗ୍ୟଙ୍କ ସଂଖ୍ୟା ୧୦ ଲକ୍ଷରୁ ଅଧିକ ରହିଛି। ଏବେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬, ୫୩, ୬୨୨ ଅଛି।

କୋଭିଡ୍‌ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA।

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19@gov.in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019@gov.in and @CovidIndiaSeva।

କୋଭିଡ-୧୯ ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ – +୯୧-୧୧-୨୩୯୭୮୦୪୬ କିମ୍ବା ୧୦୭୫ (ନିଃଶୁଳ୍କ)କୁ ପଚରା ଯାଇପାରିବ।

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdf ରେ ଉପଲବ୍ଧ।