Odiapua.com

ମିଳିବ ଆଶ୍ୱସ୍ତି, ଆସୁଛି ଆଫଗାନୀ ପିଆଜ

ନୂଆ ଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) ଆକାଶ ଛୁଆଁ ପିଆଜ ଦରରେ ଚିନ୍ତିତ ଲୋକମାନଙ୍କ ପାଇଁ ଆଶ୍ୱସ୍ତିର ଖବର। ପିଆଜ ସଂକଟରୁ ସାମୟିକ ଆଶ୍ୱସ୍ତି ପାଇଁ ପୁରୁଣା ସାଥି ଆଫଗାନିସ୍ତାନ ସାହାଯ୍ୟ କରିବାକୁ ଆଗକୁ ଆସିଛି।

କେତେକ ସ୍ଥାନରେ ପିଆଜର ଦର ୮୦ ଟଙ୍କା ପ୍ରତି କିଲୋ ପର୍ଯ୍ୟନ୍ତ ପହଁଚିଛି। ଏହି ସମୟରେ ପୁରୁଣା ମିତ୍ର ଦେଶ ଆଫଗାନିସ୍ଥାନ ଭାରତକୁ ପିଆଜ ପଠାଇଛି। ଆଫଗାନିସ୍ଥାନରୁ ପିଆଜରେ ଭରା ଟ୍ରକ ଅଟାରୀର ଇଂଟେଗ୍ରେଟେଡ ଚେକ ପୋଷ୍ଟ (ଆଇସିପି) ପହଁଚିଛି। ଆଫଗାନିସ୍ଥାନରୁ ଡ୍ରାଇ ଫ୍ରୁଟ ଏବଂ ଅନ୍ୟ ଦ୍ରବ୍ୟ ସହିତ ପିଆଜ ଟ୍ରକ ପହଁଞ୍ଚିଛି।

ଦୁଇଟି ଟ୍ରକ ସୋମବାର ଏବଂ ମଙ୍ଗଳବାର ଦିନ ମଧ୍ୟ ଆଇସିପି ପହଁଞ୍ଚିବା ପରେ ଆଜି ମଧ୍ୟ ଏହି ଟ୍ରକ ଆସିବାର କ୍ରମ ଜାରୀ ଅଛି। ଭାରତରେ ପ୍ରବଳ ବର୍ଷା କାରଣରୁ ପିଆଜର ଫସଲ ଖରାପ ହେବା ପରେ ଏହାର ରେଟ ଆକାଶ ଛୁଇଁଛି। ସେଥିପାଇଁ ଆମଦାନୀକାରୀ ଅନ୍ୟ ଦ୍ରବ୍ୟ ସହିତ ଆଫଗାନିସ୍ଥାନର ଏକ୍ସପୋର୍ଟରଙ୍କୁ ପିଆଜ ସପ୍ଲାଇ କରିବାକୁ ମଧ୍ୟ ଅର୍ଡର ଦେଉଛନ୍ତି। କିଛି ଦିନପରେ ବଡ଼ ପରିମାଣରେ ଆଫଗାନୀ ପିଆଜ ଭାରତର ମଣ୍ଡିଗୁଡ଼ିକରେ ଉପଲବ୍ଧ ହେବ।

ସୂଟନାଯୋଗ୍ୟଯେ, ପିଆଜର ଦର କେତେକ ସ୍ଥାନରେ ୮୦ ଟଙ୍କା ପ୍ରତି କିଲୋ ପର୍ଯ୍ୟନ୍ତ ପହଁଚିବାପରେ ପିଆଜର ଅଭାବ ଦୂର କରିବା ପାଇଁ ଇମ୍ପୋଟର୍ସମାନେ ବୈକଳ୍ପିକ ସ୍ତରରେ ଆଫଗାନିସ୍ତାନରୁ ପିଆଜ ମଗାଇବାକୁ ନିଷ୍ପତି ନେଇଥିଲେ।

ପୂର୍ବରୁ ପିଆଜର ରେଟ ବଢ଼ିବାରୁ ଇମ୍ପୋର୍ଟର ପଡ଼ୋଶୀ ଦେଶ ପାକିସ୍ତାନରୁ ପିଆଜ ମଙ୍ଗାଉଥିଲେ କିନ୍ତୁ ଜାମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଯିବାପରେ ବ୍ୟାପାର ସମ୍ପୂର୍ଣ୍ଣ ଭାବରେ ବନ୍ଦ ଅଛି। ସେଥିପାଇଁ ଇମ୍ପୋଟର୍ସମାନେ ଆଫଗାନିସ୍ତାନର ଏକ୍ସୋଟରମାନଙ୍କୁ ପିଆଜର ଅର୍ଡର ଦେଇଛନ୍ତି।

ମଙ୍ଗଳବାରଦିନ ଆଫଗାନିସ୍ଥାନରୁ ସର୍ବମୋଟ ୨୬ ଟ୍ରକ ଆସିଛି।