Odiapua.com

ମୋଟ ୧୦ କୋଟି ପରୀକ୍ଷଣ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ – ଶେଷ ୧ କୋଟି ନମୁନା ପରୀକ୍ଷା ମାତ୍ର ୯ ଦିନରେ – ଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୧୪-୫ ଲକ୍ଷ ପରୀକ୍ଷଣ

ନୂଆ ଦିଲ୍ଲୀ ୨୩ା୧୦(ଓଡ଼ିଆ ପୁଅ):ଜାନୁୟାରୀ ୨୦୨୦ ଠାରୁ ଭାରତ କୋଭିଡ-୧୯ ନମୁନା ପରୀକ୍ଷଣରେ ଦ୍ରୁତ ଅଭିବୃଦ୍ଧି ଘଟାଇଛି। ଏହି ପରୀକ୍ଷଣ ସଂଖ୍ୟା ଆଜି ୧୦ କୋଟି (୧୦, ୦୧, ୧୩, ୦୮୫) ଅତିକ୍ରମ କରିଛି।

ଅନ୍ୟ ଏକ ସଫଳତାରେ, ଗତ ୨୪ ଘଣ୍ଟା ମଧ୍ୟରେ ୧୪, ୪୨, ୭୨୨ଟି ନମୁନା ପରୀକ୍ଷା କରାଯାଇପାରିଛି।

ବର୍ତ୍ତମାନ ଦେଶରେ ପାଖାପାଖି ୨୦୦୦ ପରୀକ୍ଷାଗାର ସ୍ଥାପିତ ହୋଇପାରିଛି। କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ସରକାରଙ୍କ ମିଳିତ ପ୍ରୟାସରେ ଏହି ପରୀକ୍ଷଣ କ୍ଷମତା ବହୁଗୁଣିତ ହୋଇଛି। ଏହାଫଳରେ ପ୍ରତିଦିନ ୧୫ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇପାରୁଛି।

ଦେଶରେ ପରୀକ୍ଷାଗାର ଭିତ୍ତିଭୂମିର ପ୍ରଗତି ଦେଶବ୍ୟାପୀ ପରୀକ୍ଷଣ ସଂଖ୍ୟାର କ୍ରମାଗତ ବୃଦ୍ଧିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ୧, ୧୨୨ ସରକାରୀ ଏବଂ ୮୬୭ ବେସରକାରୀ ପରୀକ୍ଷାଗାର ସହିତ ଦେଶରେ ବର୍ତ୍ତମାନ ୧୯୮୯ଟି ପରୀକ୍ଷାଗାର ରହିଛି, ଯାହାଦ୍ଵାରା ଦୈନିକ ପରୀକ୍ଷଣ କ୍ଷମତା ଯଥେଷ୍ଟ ବୃଦ୍ଧି ପାଇଛି।

ଉଚ୍ଚ ସ୍ତରୀୟ ପରୀକ୍ଷଣ ଯୋଗୁଁ ଜାତୀୟ ସକ୍ରିୟ ମାମଲା ହାର ହ୍ରାସ ପାଇଛି। ଏହା ସୂଚିତ କରୁଛି ଯେ ସଂକ୍ରମଣର ବିସ୍ତାର ହାରକୁ ପ୍ରଭାବଶାଳୀ ଢଙ୍ଗରେ ପ୍ରତିରୋଧ କରାଯାଇପାରିଛି। ସମୁଦାୟ ନମୁନା ପରୀକ୍ଷା ସଂଖ୍ୟା ୧୦ କୋଟି ଅତିକ୍ରମ କରିବା ଫଳରେ ବର୍ଦ୍ଧିତ ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି। ଜାତୀୟ ପଜିଟିଭ ହାର ଆଜି ୭-୭୫ ପ୍ରତିଶତରେ ପହଞ୍ଚିଛି।

କେନ୍ଦ୍ର ସରକାରଙ୍କ ପରୀକ୍ଷା, ଚିହ୍ନଟ, ଚିକିତ୍ସା ଏବଂ ଟେକ୍ନୋଲୋଜି ରଣନୀତିକୁ ସଫଳତାର ସହିତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଦ୍ଵାରା କାର୍ଯ୍ୟକାରୀ କରାଯିବାର ଏହା ହେଉଛି ଫଳାଫଳ।

ଦେଶରେ ପ୍ରଭାବୀ ପରୀକ୍ଷଣ ଦ୍ଵାରା ପଜିଟିଭ ମାମଲାଗୁଡ଼ିକର ଶୀଘ୍ର ଚିହ୍ନଟ ହୋଇପାରିଛି। ଦକ୍ଷ ନିରୀକ୍ଷଣ ଏବଂ ଅନୁସନ୍ଧାନ ମାଧ୍ୟମରେ ତୁରନ୍ତ ଚିହ୍ନଟ ଏବଂ ଘରେ ସମୟାନୁଯାୟୀ ତଥା ପ୍ରଭାବୀ ଚିକିତ୍ସା ସହିତ ଗୁରୁତର ମାମଲାଗୁଡିକୁ ହସ୍ପିଟାଲରେ ତୁରନ୍ତ ଚିକିତ୍ସା ପ୍ରଦାନ କରିବା ଭଳି ପଦକ୍ଷେପ ଯୋଗୁଁ ମୃତ୍ୟୁ ହାରକୁ ହ୍ରାସ କରାଯାଇପାରିଛି।

ଦେଶର ଶେଷ ଏକ କୋଟି ପରୀକ୍ଷଣ ମାତ୍ର ୯ ଦିନରେ କରାଯାଇଥିଲା।

ଜାତୀୟ ଆକଳନ ତୁଳନାରେ ୧୫ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ଅଧିକ ସଂକ୍ରମିତ ମାମଲା ଦେଖାଦେଉଛି ଯାହା ଏହି ରାଜ୍ୟଗୁଡିକରେ ପ୍ରଭାବୀ ଏବଂ ବିସ୍ତୃତ ପରୀକ୍ଷଣର ଆବଶ୍ୟକତା ଥିବା ସୂଚିତ କରୁଛି।