Odiapua.com

ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କଲା – କ୍ରମାଗତ ଦୁଇ ସପ୍ତାହ ଧରି କରୋନା ସକ୍ରିୟ ମାମଲା ୧୦ ଲକ୍ଷରୁ ତଳେ ରହିଛି

ନୂଆ ଦିଲ୍ଲୀ ୫-୧୦ (ଓଡ଼ିଆ ପୁଅ) ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି। କ୍ରମାଗତ ୧୪ ଦିନ ପାଇଁ କରୋନା ସକ୍ରିୟ ମାମଲା ୧୦ ଲକ୍ଷରୁ ତଳେ ରହିପାରିଛି। କ୍ରମାଗତ ଦୁଇ ସପ୍ତାହ ସକ୍ରିୟ ମାମଲା ୧ ନିୟୁତ (୧୦ ଲକ୍ଷ)ରୁ ତଳେ ରହିଛି।

କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ କୌଶଳ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ‘ଟେଷ୍ଟ, ଟ୍ରାକ, ଟ୍ରେସ୍, ଟ୍ରିଟ୍ ଟେକ୍ନୋଲୋଜି’ ନୀତିରେ କରୋନା ନିୟନ୍ତ୍ରଣ କରୁଛନ୍ତି। ଦେଶବ୍ୟାପୀ ବ୍ୟାପକ ଟେଷ୍ଟିଂ ଅଭିଯାନରେ କରୋନା ଆକ୍ରାନ୍ତଙ୍କୁ ଶୀଘ୍ର ଚିହ୍ନଟ କରିବା ଏବଂ ସେମାନଙ୍କ ସଂସ୍ପର୍ଶ ଗୁଡ଼ିକୁ ଜାଣିବାକୁ ତ୍ୱରିତ ଟ୍ରାକିଂ ଓ ଟ୍ରେସିଂ ଦ୍ୱାରା ଫଳ ମିଳିପାରିଛି। କେନ୍ଦ୍ର ଦ୍ୱାରା ଜାରି ହୋଇଥିବା ଷ୍ଟାଣ୍ଡାର୍ଡ ଟ୍ରିଟମେଣ୍ଟ ପ୍ରୋଟୋକଲ୍ ଦ୍ୱାରା ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନା ଗୁଡ଼ିକରେ ଆକ୍ରାନ୍ତମାନେ ସୁସ୍ଥ ହେବାରେ ଲାଗିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୬ ହଜାର ୭୩୭ ଜଣ ସୁସ୍ଥ ହୋଇଥିବା ବେଳେ ନୂତନ ଆକ୍ରାନ୍ତ ଭାବେ ୭୪ ହଜାର ୪୪୨ ଜଣ ଚିହ୍ନଟ ହୋଇଛନ୍ତି। ନିକଟ ଦିନ ଗୁଡ଼ିକରେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟାକୁ ସୁସ୍ଥଙ୍କ ସଂଖ୍ୟା ଟପି ଯାଇଛି।

ଭାରତରେ ଏ ପର୍ଯ୍ୟନ୍ତ ମୋଟ ୫୫, ୮୬, ୭୦୩ ଜଣ ସୁସ୍ଥ ହୋଇଛନ୍ତି। ପ୍ରତିଦିନ ସୁସ୍ଥଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ସୁସ୍ଥତା କ୍ଷେତ୍ରରେ ଜାତୀୟ ହାର ମଧ୍ୟ ବୃଦ୍ଧି ପାଇ ୮୪.୩୪%ରେ ପହଞ୍ଚିପାରିଛି।

ନୂତନ ସୁସ୍ଥଙ୍କ ମଧ୍ୟରୁ ୭୫% ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି। ନୂଆ ସୁସ୍ଥଙ୍କ ମଧ୍ୟରେ ୧୫ ହଜାରରୁ ଅଧିକ ମହାରାଷ୍ଟ୍ରରୁ ଆସିଥିବା ବେଳେ ଏହା ପରେ କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶରୁ ମଧ୍ୟ ୭ ହଜାରରୁ ଅଧିକ ଲେଖାଏଁ ସୁସ୍ଥ ହୋଇଛନ୍ତି।

ଭାରତରେ ସକ୍ରିୟ କରୋନା ମାମଲା ଏବେ ୯, ୩୪, ୪୨୭ ରହିଛି। ଆଜି ଦେଶର ମୋଟ ପଜିଟିଭ୍ ମାମଲାର କେବଳ ୧୪.୧୧% ସକ୍ରିୟ ମାମଲା ଭାବେ ରହିଛି। ଏହା କ୍ରମେ ନିମ୍ନମୁଖୀ ହୋଇଚାଲିଛି।

୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ସକ୍ରିୟ ମାମଲାର ୭୭% ଅଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୪ ହଜାର ୪୪୨ ଜଣ ନୂଆ ପଜିଟିଭ୍ ମାମଲା ଚିହ୍ନଟ ହୋଇଛନ୍ତି।

ନୂତନ ମାମଲାଗୁଡ଼ିକ ମଧ୍ୟରୁ ୭୮% ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି। ମହାରାଷ୍ଟ୍ରରୁ ୧୨ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକରୁ ୧୦ ହଜାରରୁ ଅଧିକ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୯୦୩ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରୁ ୮୨% ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଛି। ଗତକାଲି ୩୬%, ଅର୍ଥାତ ୩୨୬ଟି ମୃତ୍ୟୁ ମାମଲା ମହାରାଷ୍ଟ୍ରରେ ହୋଇଥିବା ବେଳେ କର୍ଣ୍ଣାଟକରେ ୬୭ ଜଣଙ୍କର ମୃତ୍ୟୁ ହୋଇଛି।