ନୂଆଦିଲ୍ଲୀ ୨୩-୫ (ଓଡ଼ିଆ ପୁଅ) ଭାରତରେ କରୋନା ଭୂତାଣୁ ଦ୍ୱିତୀୟ ଲହରର ସଂକ୍ରମଣ ଜାରି ରହିଛି। ଅବଶ୍ୟ ଗତ ସପ୍ତାହରୁ ସଂକ୍ରମଣ ୩ ଲକ୍ଷ ତଳକୁ ରହୁଛି। ଦ୍ୱିତୀୟ ଲହରର ୨୬ ଦିନ ପରେ ସଂକ୍ରମଣରେ ହ୍ରାସ ମଧ୍ୟ ଜାରୀ ରହିଛି। ଶନିବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨, ୪୦, ୮୪୨ ନୂଆ କରୋନା ରୋଗ ହୋଇଛି। ଗତ ସପ୍ତାହରେ କରୋନା ମାମଲାରେ ତୀବ୍ର ହ୍ରାସ ଘଟିଛି। ଯଦି ଆମେ ମେ ୬ ରେ ଆସିଥିବା କରୋନାର ୪.୧୪ ଲକ୍ଷ ମାମଲା ତୁଳନା କରୁତେବେ ଗୁରୁବାର ଦିନ ବାହାରିଥିବା କରୋନାର ନୂତନ ମାମଲା ପ୍ରାୟ ୪୦% ହ୍ରାସ ପାଇଛି। ଯାହା ଏକ ଆଶ୍ୱସ୍ତିକର ବିଷୟ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଭାରତ ଗତ ୨୪ ଘଣ୍ଟା ମଧ୍ୟରେ ୨, ୪୦, ୮୪୨ ନୂତନ COVID୧୯ ମାମଲା ୩, ୫୫, ୧୦୨ ସୁସ୍ଥ ଏବଂ ୩୭୪୧ ମୃତ୍ୟୁ ରିପୋର୍ଟ ହୋଇଛି।
ମୋଟ ମାମଲା: ୨, ୬୫, ୩୦, ୧୩୨
ସମୁଦାୟ ଡିସଚାର୍ଜ: ୨୩୪୨୫୪୬୭
ମୋଟ ମୃତ୍ୟୁ ସଂଖ୍ୟା: ୨୯୯୨୬୬
ସକ୍ରିୟ ମାମଲା: ୨୮୦୫୩୯୯
ଗତକାଲି ଟୀକାକରଣ: ୧୬, ୦୪, ୫୪୨
ମୋଟ ଟୀକାକରଣ: ୧୯, ୫୦, ୦୪, ୧୮୪
ଏହା ସହ ଦେଶରେ ମୋଟ ସକରାତ୍ମକ ମାମଲା ୨୮୦୫୩୯୯ ହୋଇଛି।
କରୋନା ସଂକ୍ରମଣ ହେତୁ ଗୋଟିଏ ଦିନରେ ୩୭୪୧ ମୃତ୍ୟୁ ପରେ ଭାରତରେ ମୋଟ ମୃତ୍ୟୁ ସଂଖ୍ୟା ୨୯୯୨୬୬ ହୋଇଛି।
ଏଥି ସହିତ କରୋନାରୁ ୨, ୩୪, ୨୫, ୪୬୭ ଲୋକ ଆରୋଗ୍ୟ ହୋଇଛନ୍ତି।
ସୂଚନାଯୋଗ୍ୟଯେଗୋଟିଏ ପଟେ କରୋନା ମାମଲାରେ ହ୍ରାସ ଘଟିଛି। ଅନ୍ୟ ପଟେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟାରେ କୌଣସି ହ୍ରାସ ଘଟିନାହିଁ। ଶନିବାର ଦିନ ୩୭୪୧ ଜଣଙ୍କର ମୃତ୍ୟୁ, ଶୁକ୍ରବାର ଦିନ ୪, ୨୦୯ ଜଣଙ୍କର ମୃତ୍ୟୁ, ଗୁରୁବାର ଦିନ ୩୮୭୪ ଜଣଙ୍କର ମୃତ୍ୟୁ, ବୁଧବାର ଦିନ ୪୫୨୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେମଙ୍ଗଳବାରଦିନକରୋନାରୁ ଦେଶରେ ମୃତ୍ୟୁ ସଂଖ୍ୟା ୪୩୨୯ସୋମବାର ଦିନ ୪୧୦୬ ରେକର୍ଡ କରାଯାଇଥିଲା। ଗତ ସପ୍ତାହରେ ମଧ୍ୟ କରୋନାରୁ ଦୈନିକ ମୃତ୍ୟୁ ସଂଖ୍ୟା ୪୦୦୦ ଅତିକ୍ରମ କରିଥିଲା। ଏବଂ ଗତ ସପ୍ତାହରେକରୋନାରୁ ମୃତ୍ୟୁ ସଂଖ୍ୟା ୨୮୦୦୦ ଅତିକ୍ରମ କରିଥିଲା। ଯାହା ବିଶ୍ୱର ଯେକୌଣସି ଅଞ୍ଚଳରେ ଏହା ସର୍ବାଧିକ।
ଭାରତରେ ଆରୋଗ୍ୟ ହାର (୮୭.୭୬%)
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ସକାଳ ଆଠଟା ପର୍ଯ୍ୟନ୍ତ କରୋନା ଭୂତାଣୁ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୨୮୦୫୩୯୯ ଯାହା ସମୁଦାୟ ସଂକ୍ରମଣର (୧୧.୧୨%) ପ୍ରତିଶତ ଥିବାବେଳେ କରୋନାରୁ ଜାତୀୟ ପୁନରୁଦ୍ଧାର ହାର ରହିଛି (୮୭.୭୬%) ପ୍ରତିଶତ।
ତଥ୍ୟ ଅନୁଯାୟୀଏହି ରୋଗରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ୨, ୩୪, ୨୫, ୪୬୭ କୁ ବୃଦ୍ଧି ପାଇଥିବାବେଳେ ସଂକ୍ରମଣରୁ ମୃତ୍ୟୁ ହାର (୧.୧୨%) ପ୍ରତିଶତ ରେକର୍ଡ କରାଯାଇଛି।
ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ତଥ୍ୟ ଅନୁଯାୟୀCOVID୧୯ ପାଇଁ ୨୨ ମଇ ୨୦୨୧ ପର୍ଯ୍ୟନ୍ତ ୩୨, ୮୬, ୦୭, ୯୩୭ ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ନମୁନା ଗତକାଲି ୨୧, ୨୩, ୭୮୨ ପରୀକ୍ଷା କରାଯାଇଥିଲା।