Odiapua.com

ଭାରତର କରୋନା ସକ୍ରିୟ ମାମଲା ୪.୩୫ ଲକ୍ଷକୁ ହ୍ରାସ- ଦୈନିକ ସୁସ୍ଥ ସଂଖ୍ୟା ନୂଆ ମାମଲା ଠାରୁ ଅଧିକ

ନୂଆ ଦିଲ୍ଲୀ ୧-୧୨ (ଓଡ଼ିଆ ପୁଅ) ଭାରତରେ ସକ୍ରିୟ କରୋନା ମାମଲା ଆଜି ୪, ୩୫, ୬୦୩କୁ ହ୍ରାସ ପାଇଛି, ଯାହାକି ୫ ଲକ୍ଷରୁ କମ୍। ମୋଟ ପଜିଟିଭ୍ ମାମଲାର ୪.୬୦% ସକ୍ରିୟ ମାମଲା ରହିଛି।

ଦୈନିକ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ନୂଆ ପଜିଟିଭ୍ ମାମଲା ତୁଳନାରେ ଅଧିକ ରହୁଥିବାରୁ ସକ୍ରିୟ ମାମଲା ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ୧୧, ୩୪୯ ହ୍ରାସ ପାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୧, ୧୧୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି।

କେତେକ ରାଜ୍ୟ (କେରଳ, ଦିଲ୍ଲୀ, କର୍ଣ୍ଣାଟକ, ଛତିଶଗଡ଼ ଇତ୍ୟାଦି)ରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସକ୍ରିୟ ମାମଲା ହ୍ରାସ ପରଲକ୍ଷିତ ହୋଇଥିବା ବେଳେ ଉତ୍ତରାଖଣ୍ଡ, ଗୁଜରାଟ, ଆସାମ ଏବଂ ଗୋଆ ଭଳି ରାଜ୍ୟରେ ପଜିଟିଭ୍ ମାମଲା ବୃଦ୍ଧି ହୋଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୧, ୧୧୮ ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ୪୧, ୯୮୫ ଜଣ ସୁସ୍ଥ ହୋଇଛନ୍ତି।

ଦେଶରେ ମୋଟ ୮୮, ୮୯, ୫୮୫ ଜଣ ସୁସ୍ଥ ହୋଇଥିବା ବେଳେ ସୁସ୍ଥତା ହାର ୯୩.୯୪% ରହିଛି। ସୁସ୍ଥ ସଂଖ୍ୟା ଓ ସକ୍ରିୟ ମାମଲାର ସଂଖ୍ୟା ମଧ୍ୟରେ ପାର୍ଥକ୍ୟ ବଢ଼ି ଚାଲିଛି ଏବଂ ଏବେ ଏହା ୮୪, ୫୩, ୯୮୨ରେ ରହିଛି।

ନୂଆ ସୁସ୍ଥଙ୍କ ମଧ୍ୟରୁ ୭୬.୮୨% ଆସିଛନ୍ତି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ।

କେରଳରୁ ଗୋଟିଏ ଦିନରେ ସର୍ବାଧିକ ୬, ୦୫୫ ଜଣ ସୁସ୍ଥ ହୋଇଛନ୍ତି। ଏହା ପଛକୁ ଦିଲ୍ଲୀରେ ୫, ୮୨୪ ଜଣ ସୁସ୍ଥ ହୋଇଛନ୍ତି।

ନୂଆ କରୋନା ମାମଲା ମଧ୍ୟରୁ ୭୭.୭୯% ଆସିଛନ୍ତି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ।

ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୩, ୮୩୭ ମାମଲା ଆସିଛି। ଦିଲ୍ଲୀରେ ୩, ୭୨୬ ମାମଲା ଆସିଥିବା ବେଳେ କେରଳରେ ୩, ୩୮୨ ମାମଲା ଆସିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୮୨ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରୁ ୮୧.୧୨% ମୃତ୍ୟୁ କେବଳ ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଛି। ମୋଟ ମୃତ୍ୟୁରୁ ୨୨.୪% ଅର୍ଥାତ ୧୦୮ ଜଣଙ୍କ ମୃତ୍ୟୁ କେବଳ ଦିଲ୍ଲୀରେ ହୋଇଛି। ଏହା ପଛକୁ ମହାରାଷ୍ଟ୍ରରେ ୮୦ ଜଣ ଏବଂ ପଶ୍ଚିମବଙ୍ଗରେ ୪୮ ଜଣଙ୍କ ମୃତ୍ୟୁ ହୋଇଛି।