Odiapua.com

ଦେଶରେ କୋଭିଡ-୧୯ ନମୁନା ପରୀକ୍ଷଣରେ ନୀରବଚ୍ଛିନ୍ନ ଅଗ୍ରଗତି – ଗତ ୨୪ ଘଣ୍ଟା ମଧ୍ୟରେ ୧୧.୫୦ ଲକ୍ଷରୁ ଉର୍ଦ୍ଧ୍ଵ ନମୁନା ପରୀକ୍ଷା

ନୂଆ ଦିଲ୍ଲୀ ୯-୯ (ଓଡ଼ିଆ ପୁଅ) ଦେଶରେ କରୋନା ସଂକ୍ରମିତଙ୍କ ଦୈନିକ ଆରୋଗ୍ୟ ସଂଖ୍ୟା ପାଖାପାଖି ୭୫ ହଜାର ହୋଇଥିବା ବେଳେ ନମୁନା ପରୀକ୍ଷାରେ ମଧ୍ୟ ରେକର୍ଡ ସୃଷ୍ଟି ହୋଇଛି। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୧୧.୫୦ ଲକ୍ଷରୁ ଉର୍ଦ୍ଧ୍ଵ ନମୁନା ପରୀକ୍ଷା କରାଯାଇଛି। ବିଶ୍ଵରେ ଦୈନିକ ନମୁନା ପରୀକ୍ଷଣରେ ଭାରତ ଅନ୍ୟାନ୍ୟ ଦେଶ ତୁଳନାରେ ବହୁ ଆଗରେ ରହିଛି। ଦୈନିକ ନମୁନା ପରୀକ୍ଷଣ ୧୧ ଲକ୍ଷରୁ ଅଧିକ ହୋଇପାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୧, ୫୪, ୫୩୯ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ଜାତୀୟ ରୋଗ ନିରୂପଣ ସାମର୍ଥ୍ୟ ମଧ୍ୟ ବୃଦ୍ଧି ପାଇଛି। ଏଥିସହିତ ମୋଟ ନମୁନା ପରୀକ୍ଷା ସଂଖ୍ୟା ୫.୧୮ କୋଟିରୁ ଅଧିକ (୫, ୧୮, ୦୪, ୬୭୭)କୁ ଅତିକ୍ରମ କରିଛି।

ଅଧିକରୁ ଅଧିକ ନମୁନା ପରୀକ୍ଷଣ ଦ୍ଵାରା ସଅଳ ରୋଗ ନିରୂପଣ ଓ ଉପଯୁକ୍ତ ଉପଚାର ସମ୍ଭବ ହୋଇପାରୁଛି। ଏହାଫଳରେ ମୃତ୍ୟୁହାର କମ (ଆଜି ୧.୬୯ ପ୍ରତିଶତ) ହେଉଥିବାବେଳେ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଇଛି। ବିଭିନ୍ନ ପଦ୍ଧତିରେ ରୋଗ ନିରୂପଣ ଅଧିକରୁ ଅଧିକ ପରୀକ୍ଷାଗାର ଯୋଗୁଁ ସମ୍ଭବ ହୋଇଛି। ଏହାକୁ ଭିତ୍ତିକରି ନିୟୁତ ପିଛା ପରୀକ୍ଷା ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ୩୭, ୫୩୯ରେ ପହଞ୍ଚିଛି ଯାହା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷ ଜାନୁଆରୀରେ ପୁଣେର ଏକମାତ୍ର ପରୀକ୍ଷାଗାରରୁ ଦେଶର କରୋନା ନମୁନା ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଦେଶର ୧୬୭୮ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି। ସେଥିରୁ ୧୦୪୦ଟି ସରକାରୀ ଓ ୬୩୮ଟି ଘରୋଇ ପରୀକ୍ଷାଗାର ରହିଛି।

ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍ କରନ୍ତୁ: https://www.mohfw.gov.in/ and @MoHFW_INDIA।

କୋଭିଡ୍ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19@gov.in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019@gov.in and @CovidIndiaSeva।

କୋଭିଡ-୧୯ ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍ପଲାଇନ ନଂ – +୯୧-୧୧-୨୩୯୭୮୦୪୬ କିମ୍ବା ୧୦୭୫ (ନିଃଶୁଳ୍କ)କୁ ପଚରା ଯାଇପାରିବ।

ରାଜ୍ୟଗୁଡିକର ହେଲ୍ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ।