Odiapua.com

ଗୋଟିଏ ଦିନରେ ଦେଶରେ ରେକର୍ଡ ସଂଖ୍ୟକ ୮.୫ ଲକ୍ଷ ନମୁନା ପରୀକ୍ଷା – ଆରୋଗ୍ୟ ହାର ୭୧.୧୭ ପ୍ରତିଶତ – ମୃତ୍ୟୁହାର ୧.୯୫ ପ୍ରତିଶତକୁ ହ୍ରାସ

ନୂଆ ଦିଲ୍ଲୀ ୧୫-୮ (ଓଡ଼ିଆ ପୁଅ) ନମୁନା ପରୀକ୍ଷଣ ସୁବିଧାକୁ ଅବ୍ୟାହତ ରଖି ଏବଂ ଦିନକୁ ୧୦ ଲକ୍ଷ ପରୀକ୍ଷଣ ଛୁଇଁବା ଲକ୍ଷ୍ୟରେ ଭାରତ ଏପର୍ଯ୍ୟନ୍ତ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ପରୀକ୍ଷଣର ଏକ ନୂତନ ଉଚ୍ଚତାକୁ ଛୁଇଁ ପାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮, ୪୮, ୭୨୮ ନମୁନା ପରୀକ୍ଷା କରାଯାଇଛି। ଫଳରେ ସମୁଦାୟ ପରୀକ୍ଷଣ ୨, ୭୬, ୯୪, ୪୧୬କୁ ବୃଦ୍ଧି ପାଇଛି।

କୋଭିଡ-୧୯ ପ୍ରସଙ୍ଗରେ ଜନସ୍ୱାସ୍ଥ୍ୟ ନିୟମାବଳିର ଅନୁପାଳନ ଓ ସନ୍ଦିଗ୍ଧ ମାମଲାଗୁଡ଼ିକ ପ୍ରତି ବିସ୍ତୃତ ନଜର ରଖିବାକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପରାମର୍ଶ ଦେଇଛି। ଡବ୍ଲୁଏଚଓ ପରାମର୍ଶ ଦେଇଛି ଯେ, ପ୍ରତ୍ୟେକ ଦେଶ ପ୍ରତି ନିୟୁତ ଜନସଂଖ୍ୟା ତୁଳନାରେ ଦିନକୁ ଅନ୍ୟୁନ ୧୪୦ ନମୁନା ପରୀକ୍ଷଣ କରିବା ଆବଶ୍ୟକ।

ନିୟୁତ ଜନସଂଖ୍ୟା ପିଛା ଜାତୀୟ ପରୀକ୍ଷଣ ଦିନକୁ ୬୦୩ ହେଉଥିବାବେଳେ କେନ୍ଦ୍ରର ପ୍ରୟାସ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଦ୍ଵାରା ପ୍ରଭାବଶାଳୀ କାର୍ଯ୍ୟକାରିତା ଯୋଗୁଁ ସେମାନଙ୍କ ମଧ୍ୟରୁ ୩୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାର ଏହି ସଂଖ୍ୟା ଅତିକ୍ରମ କରିଛନ୍ତି। ବର୍ତ୍ତମାନର ସକରାତ୍ମକତା ସହିତ ଅନୁରୂପ ସ୍ତରରେ ପରୀକ୍ଷଣକୁ ଜୋରଦାର କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପରାମର୍ଶ ଦିଆଯାଉଛି।

ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ରଣନୀତିକୁ ସଫଳତାର ସହିତ ତ୍ୱରାନ୍ୱିତ କରିବା ଯୋଗୁଁ ଦେଶରେ ରୋଗ ନିରୂପଣ ପରୀକ୍ଷାଗାରଗୁଡିକର ସଂଖ୍ୟା ବୃଦ୍ଧି ପାଇଛି। ୯୫୮ଟି ସରକାରୀ ଓ ୪୯୩ଟି ଘରୋଇ ଏହିପରି ମୋଟ ୧, ୪୫୧ଟି ପରୀକ୍ଷାଗାରରେ ବର୍ତ୍ତମାନ ନମୁନା ପରୀକ୍ଷଣ କାର୍ଯ୍ୟ କରାଯାଉଛି। ବ୍ୟାପକ ନମୁନା ପରିକ୍ଷଣକୁ ସଫଳତାର ସହତି କାର୍ଯ୍ୟକାରୀ କରିବା, ବ୍ୟାପକ ଚିହ୍ନଟିକରଣ ଏବଂ ଦକ୍ଷ ଚିକିତ୍ସା ସୁବିଧା ଯୋଗୁଁ ସୁସ୍ଥତା ହାର ମଧ୍ୟ କ୍ରମଶଃ ବୃଦ୍ଧି ପାଉଛି। ଏହା ଆଜି ୭୧.୧୭ ପ୍ରତିଶତରେ ପହଞ୍ଚିଥିବା ବେଳେ ମୋଟ ଆରୋଗ୍ୟ ସଂଖ୍ୟା ୧୭.୫ ଲକ୍ଷରୁ ଅଧିକ ଅର୍ଥାତ ୧୭, ୫୧, ୫୫୫ରେ ପହଞ୍ଚିଛି। ସୁସ୍ଥ ରୋଗୀଙ୍କ ସଂଖ୍ୟା ସକ୍ରିୟ ରୋଗୀଙ୍କ ତୁଳନାରେ ୬, ୬୧, ୫୯୫ ବୃଦ୍ଧି ପାଇ ପାଖାପାଖି ୧୧ ଲକ୍ଷ ଅର୍ଥାତ ୧୦, ୮୯, ୯୬୦ରେ ପହଞ୍ଚିଛି।

ଏକ ଗୁଣାତ୍ମକ ଚିକିତ୍ସା ନିୟମାବଳୀର ଅନୁସରଣ କରିବା ଫଳରେ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି। ଏହା ଦ୍ରୁତ ହ୍ରାସ ପାଇ ଆଜି ୧.୯୫ ପ୍ରତିଶତରେ ପହଞ୍ଚିଛି।

କୋଭିଡ୍‌ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA।

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19@gov.in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019@gov.in and @CovidIndiaSeva।

କୋଭିଡ-୧୯ ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ – +୯୧-୧୧-୨୩୯୭୮୦୪୬ କିମ୍ବା ୧୦୭୫ (ନିଃଶୁଳ୍କ)କୁ ପଚରା ଯାଇପାରିବ।

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdf ରେ ଉପଲବ୍ଧ।