Odiapua.com

ଭାରତ-ଚୀନ ସୀମା ପରିସ୍ଥିତି

ନୂଆ ଦିଲ୍ଲୀ ୭-୬ (ଓଡ଼ିଆ ପୁଅ) ଭାରତ-ଚୀନ ସୀମାବର୍ତ୍ତୀ ଅଞ୍ଚଳରେ ସାମ୍ପ୍ରତିକ ପରିସ୍ଥିତିର ସମାଧାନ ପାଇଁ ପ୍ରତିଷ୍ଠିତ ସାମରିକ ଏବଂ କୂଟନୈତିକ ମାଧ୍ୟମ ଅନୁଯାୟୀ ଦୁଇ ଦେଶର ଅଧିକାରୀମାନେ ଆଲୋଚନା ଜାରି ରଖିଛନ୍ତି । ତେଣୁ, ଏହି ପର୍ଯ୍ୟାୟ କାଳରେ ସେ ସମ୍ପର୍କିତ କାର୍ଯ୍ୟକଳାପ ବିଷୟରେ କୌଣସି କାଳ୍ପନିକ ଏବଂ ଅବାସ୍ତବ ଖବର ପରିବେଷଣରୁ ନିବୃତ୍ତ ରହିବାକୁ ଗଣମାଧ୍ୟମକୁ ପରାମର୍ଶ ଦିଆଯାଇଛି ।