Odiapua.com

ଅସ୍ତ୍ରବିରତି ଉଲ୍ଲଂଘନ ପରେ ପିଓକେ ଆତଙ୍କବାଦୀ ଲଞ୍ଚ ପ୍ୟାଡ ଉପରେ ଏୟାର ଷ୍ଟ୍ରାଇକ୍

ନୂଆ ଦିଲ୍ଲୀ ନଭେମ୍ବର ୧୯ (ଓଡ଼ିଆ ପୁଅ) ପାକିସ୍ତାନ ପକ୍ଷରୁ ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନକୁ ନେଉ ଭାରତ ପକ୍ଷରୁ ଉପଯୁକ୍ତ ଜବାବ ଦିଆଯାଇଥିବା ଜଣାପଡ଼ିଛି। ଖବରରୁ ପ୍ରକାଶ ଯେ, ଭାରତ ପିଓକେରେ ଆତଙ୍କବାଦୀ ଲଞ୍ଚ ପ୍ୟାଡ ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ତେବେ ଏହି ଏୟାର ଷ୍ଟ୍ରାଇକରେ କେତେ ଆତଙ୍କବାଦୀ ନିହତ ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

କୁହାଯାଉଛିଯେ, ‘ପିନ୍ ପଏଣ୍ଟ ଷ୍ଟ୍ରାଇକ୍’ କରିଛି ଭାରତୀୟ ସେନା। ଆତଙ୍କବାଦୀଙ୍କ ଉପରେ ଭାରତୀୟ ସେନାର ଏହା ଆଉ ଏକ ବଡ଼ ଆକ୍ରମଣ।

ତେବେ ଭାରତୀୟ ସେନା ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଥିବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି। କିନ୍ତୁ ସେନା ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟୀକରଣ ପ୍ରଦାନ କରାଯାଇ ନାହିଁ।