Odiapua.com

ପାକିସ୍ତାନକୁ ଭାରତର ଜବାବ : ଭାରତୀୟ ରେଲୱେ ରଦ୍ଦ କଲା ସମଝୌତା ଏକ୍ସପ୍ରେସ

ନୂଆ ଦିଲ୍ଲୀ ୧୧-୮ (ଓଡ଼ିଆ ପୁଅ) ପାକିସ୍ତାନ ଜବାବ। ଭାରତ ମଧ୍ୟ ସମଝୌତା ଏକ୍ସପ୍ରେସକୁ ରଦ୍ଦ କରିଛି। ଭାରତୀୟ ରେଲୱେ ରବିବାରଦିନ ଘୋଷଣା କରି କହିଛି କି ଅନ୍ତରାଷ୍ଟ୍ରୀୟ ସୀମା ପର୍ଯ୍ୟନ୍ତ ସମଝୌତା ଏକ୍ସପ୍ରେସ ଟ୍ରେନର ପରିଚାଳନା ବନ୍ଦ କରି ଦିଆଯାଇଛି। ସୂଚନାଯୋଗ୍ୟଯେ, କିଛି ଦିନ ପୂର୍ବରୁ ପାକିସ୍ତାନ ନିଜ କ୍ଷେତ୍ରରେ ଟ୍ରେନ ସେବା ରୋକି ଦେଇଥିଲା। ଭାରତୀୟ ରେଲୱେ ରବିବାରଦିନ ଦିଲ୍ଲୀରୁ ଅଟାରୀ ଏବଂ ଅଟାରୀରୁ ଦିଲ୍ଲୀ ମଧ୍ୟରେ ଏହି ଟ୍ରେନର ପରିଚାଳନା କରୁଥିଲା। ଯାହାକି ପାକିସ୍ତାନରେ ଏହି ଟ୍ରେନ ଲାହୌରରୁ ଅଟାରୀ ମଧ୍ୟରେ ଚାଲୁଥିଲା। ଯାତ୍ରୀ ଅଟାରୀ ଷ୍ଟେସନରୁ ଟ୍ରେନ ବଦଳୁଥିଲେ।

ଉତ୍ତର ରେଲୱେର ମୁଖ୍ୟ ଜନସଂପର୍କ ଅଧିକାରୀ ଦୀପକ କୁମାର ଗଣମାଧ୍ୟମକୁ କହିଛନ୍ତିଯେ, “ଲାହୌର ଏବଂ ଅଟାରୀ ମଧ୍ୟରେ ଚାଲୁଥିବା ସମଝୌତା ଏକ୍ସପ୍ରେସ ୧୪୬୦୭/ ୧୪୬୦୮ କୁ ରଦ୍ଦ କରାଯିବାର ପାକିସ୍ତାନର ନିଷ୍ପତିର ପରିଣାମ ସ୍ଵରୂପ ଦିଲ୍ଲୀରୁ ଅଟାରୀ ମଧ୍ୟରେ ଚାଲୁଥିବା ଲିଙ୍କ ଏକ୍ସପ୍ରେସ ଟ୍ରେନ ସଂଖ୍ୟା ୧୪୦୦୧/୧୪୦୦୨ ମଧ୍ୟ ରଦ୍ଦ କରାଯାଇଛି।”