Odiapua.com

ଟିକାକରଣରେ ଆମେରିକାକୁ ପଛରେ ପକାଇଲା ଭାରତ ଦିଆଗଲାଣି, ୩୨.୩୬ କୋଟି ଡୋଜ

ନୂଆଦିଲ୍ଲୀ ୨୮-୬ (ଓଡ଼ିଆ ପୁଅ) : ଭାରତରେ କୋଭିଡ -୧୯ ବିରୋଧରେ ଟୀକାକରଣ ଅଭିଯାନକୁ ତୀବ୍ର ତଥା ବ୍ୟାପକ କରିବା ପାଇଁ ପ୍ରୟାସ କରାଯାଉଛି। ଏହି କ୍ରମରେ ଭାରତ ପାଇଁ ଏକ ଖୁସି ଖବର। ବାସ୍ତବରେ, ସଦ୍ୟତମ ତଥ୍ୟ ଅନୁଯାୟୀ, ଟିକାକରଣରେ ଭାରତ ଆମେରିକାକୁ ପଛରେ ପକାଇ ଦେଇଛି। ପ୍ରାୟ ଏକ ମାସ ପରେ ଭାରତରେ ଟୀକାକରଣ ଅଭିଯାନ ଆରମ୍ଭ ହୋଇଥିଲା। କେବଳ ଏତିକି ନୁହେଁ ଏହି ପ୍ରସଙ୍ଗରେ ଭାରତ ବ୍ରିଟେନ, ଇଟାଲୀ, ଜର୍ମାନୀ ଏବଂ ଫ୍ରାନ୍ସଠାରୁ ମଧ୍ୟ ଆଗରେ ରହିଛି।