Odiapua.com

ମନୋହର ପାରିକର, ମନୋଜ ଦାସ, ଜମୀର, ସିନ୍ଧୁଙ୍କ ସମେତ ୧୬ ଜଣଙ୍କୁ ପଦ୍ମଭୂଷଣ

ନୂଆ ଦିଲ୍ଲୀ ୨୫-୧ (ଓଡ଼ିଆ ପୁଅ) ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରୁ ପଦ୍ମ ପୁରସ୍କାର ଅନ୍ୟତମ। ତିନୋଟି ଶ୍ରେଣୀରେ ଦିଆଯାଉଥିବା ପଦ୍ମ ପୁରସ୍କାର ପାଇଁ ଚଳିତ ବର୍ଷ ୧୪୧ ଜଣଙ୍କର ନାମ ଘୋଷଣା କରାଯାଇଛି। ସେଥି ମଧ୍ୟରୁ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୬ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୧୮ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯିବ।
ଏହି ସମ୍ମାନ ବିଭିନ୍ନ ବିଷୟ, କ୍ଷେତ୍ରର ବିଶଷ୍ଟ ବ୍ୟକ୍ତି ବେଶେଷଙ୍କୁ ଦିଆଯାଇଥାଏ। କଳା, ସାମାଜିକ କାର୍ଯ୍ୟ, ବିଜ୍ଞାନ ଏବଂ ଇଂଜୀନିୟରିଂ, ବ୍ୟାପାର ଏବଂ ଉଦ୍ୟୋଗ, ଚିକିତ୍ସା, ସାହିତ୍ୟ ଏବଂ ଶିକ୍ଷା, ଖେଳ, ନାଗରିକ ସେବା, ଆଦି କ୍ଷେତ୍ରରେ ସମାଜପାଇଁ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ଦିଆଯାଇଥାଏ। ତେବେ ୧୬ ଜଣଙ୍କୁ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନୀତ କରାଯିବ। ସେମାନେ ହେଲେ
୧. ଶ୍ରୀ ଏମ-ମୁମତାଜ ଅଲୀ (ଶ୍ରୀ ଏମ) – ଅନ୍ୟ-ଅଧ୍ୟାତ୍ମବାଦ – କେରଳ
୨. ଶ୍ରୀ ସୈୟଦ ମୁଅଜ୍ଜମ ଅଲୀ – ମରଣୋତ୍ତର – ପବ୍ଲିକ ଆଫେୟାର୍ସ – ବାଂଗ୍ଲାଦେଶ
୩. ଶ୍ରୀ ମୁଜଫ୍ଫର ହୁସୈନ ବେଗ – ପବ୍ଲିକ ଆଫେୟାର୍ସ – ଜମ୍ମୁ ଏବଂ କଶ୍ମୀର
୪. ଶ୍ରୀ ଅଜୟ ଚକ୍ରବର୍ତୀ – କଳା – ପଶ୍ଚିମ ବଂଗ
୫. ଶ୍ରୀ ମନୋଜ ଦାସ – ସାହିତ୍ୟ ଏବଂ ଶିକ୍ଷା – ପୁଡୁଚେରୀ
୬. ଶ୍ରୀ ବାଲକୃଷ୍ଣ ଦୋଶୀ – ଅନ୍ୟ-ବାସ୍ତୁକଳା – ଗୁଜରାତ
୭. ସୁଶ୍ରୀ କୃଷ୍ଣମଲ ଜଗନ୍ନାଥନ – ସାମାଜିକ କାର୍ଯ୍ୟ – ତାମିଲନାଡୁ
୮. ଶ୍ରୀ ଏସ.ସି. ଜମୀର – ପବ୍ଲିକ – ଆଫେୟାର୍ସ ନାଗାଲ୍ୟାଣ୍ଡ
୯. ଶ୍ରୀ ଅନିଲ ପ୍ରକାଶ ଜୋଶୀ – ସାମାଜିକ କାର୍ଯ୍ୟ – ଉତ୍ତରାଖଣ୍ଡ
୧୦. ଡ। ଟର୍ସିଂଗ ଲ୍ୟାଣ୍ଡେଲ – ମେଡିସିନ – ଲଦ୍ଦାଖ
୧୧. ଶ୍ରୀ ଆନନ୍ଦ ମହିନ୍ଦ୍ରା – ଟ୍ରେଡ ଆଣ୍ଡ ଇଂଡଷ୍ଟ୍ରୀ – ମହାରାଷ୍ଟ୍ର
୧୨. ଶ୍ରୀ ନୀଳକଣ୍ଠ ରାମକୃଷ୍ଣ ମାଧବ ମେନନ – ମରଣୋତ୍ତର – ପବ୍ଲିକ ଆଫେୟାର୍ସ – କେରଳ
୧୩. ଶ୍ରୀ ମନୋହର ଗୋପାଳକୃଷ୍ଣ ପ୍ରଭୁ ପାରିକର – ମରଣୋତ୍ତର – ପବ୍ଲିକ ଆଫେୟାର୍ସ ଗୋଆ
୧୪. ଜଗଦୀଶ ଶେଠ – ସାହିତ୍ୟ ଏବଂ ଶିକ୍ଷା – ଆମେରୀକା
୧୫. ସୁଶ୍ରୀ ପି.ଭି ସିନ୍ଧୁ – ଖେଳ – ତେଲେଙ୍ଗାନା
୧୬. ଶ୍ରୀ ବେଣୁ ଶ୍ରୀନିବାସନ – ବ୍ୟାପାର ଏବଂ ଉଦ୍ୟୋଗ – ତାମିଲନାଡୁ