Odiapua.com

ଇମ୍ରାନ୍ ଖାନଙ୍କ ଏମଏମଏସ୍ କାଣ୍ଡ

ନୂଆଦିଲ୍ଲୀ: ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଏମଏମଏସ୍ କାଣ୍ଡ ବାବଦରେ ଜାଣନ୍ତି କି?ଏକାଧିକ ବାର ବିବାହ କରିଥିବା ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ନିଜ ଦଳର ସୁନ୍ଦରୀ ମହିଳା ନେତ୍ରୀ ମାନଙ୍କ ପାଖକୁ ଅଭଦ୍ର/ଆପତ୍ତିଜନକ ଏମଏମଏସ୍ ପଠାନ୍ତି।ଏପରି ଅଭିଯୋଗ ଆଣି ତାଙ୍କ ପାର୍ଟି ତହରିକ୍ ଏ- ଇନ୍ସାଫର ଜଣେ ନେତ୍ରୀ ପାର୍ଟିରୁ ଇସ୍ତଫା ଦେଇ ସାରିଛନ୍ତି।ଆୟଶା ଗୁଲାଲାଇ ନାମକ ଜଣେ ନେତ୍ରୀ ଇମ୍ରାନଙ୍କ ପାର୍ଟି ତହରିକ୍ ଏ- ଇନ୍ସାଫର ନେସନାଲ୍ ଆସେମ୍ବ୍ଲିର ସଦସ୍ୟା ଥିଲେ।କିନ୍ତୁ, ସେ ଇମ୍ରାନଙ୍କ ଉପରେ ଏପରି ଗମ୍ଭୀର ଅଭିଯୋଗ ଆଣି ପାର୍ଟିରୁ ଇସ୍ତଫା ଦେଇ ଦେଇଥିଲେ।ଆୟଶା ଅଭିଯୋଗ କରିଥିଲେ ଯେ ଇମ୍ରାନ୍ ତାଙ୍କ ପାଖକୁ ଏବଂ ଦଳର ଅନ୍ୟ ମହିଳା ମାନଙ୍କ ପାଖକୁ ଅଭଦ୍ର ଏମଏମଏସ୍ ପଠାଉଛନ୍ତି।ଆୟଶାଙ୍କ ଅଭିଯୋଗ କରିଥିଲେ ଯେହେତୁ ବ୍ଲାକବେରୀ ମୋବାଇଲରେ କୌଣସି ପ୍ରମାଣ ରହେ ନାହିଁ, ତେଣୁ ଇମ୍ରାନ୍ ପାର୍ଟିର ମହିଳା ସଦସ୍ୟଙ୍କୁ ବ୍ଲାକବେରୀ ମୋବାଇଲ ବ୍ୟବହାର କରିବାକୁ ପ୍ରବର୍ତ୍ତାଉ ଥିଲେ।ଆୟଶା ଗୁଲାଲାଇ ଜଣେ ମାନବିକ ଅଧିକାର କର୍ମୀ ଭାବରେ ମଧ୍ୟ କାମ କରନ୍ତି।//ଦେବଦତ୍ତ ରଥ