Odiapua.com

କରୋନାର ଦ୍ୱିତୀୟ ଲହରୀରେ ୭୧୯ ଡାକ୍ତର ମୃତ୍ୟୁବରଣ କରିଛନ୍ତି; ବିହାରରୁ ସର୍ବାଧିକ – IMA

ନୂଆ ଦିଲ୍ଲୀ ୧୨-୬ (ଓଡ଼ିଆ ପୁଅ) ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (IMA) ଜୁନ୍ ୧୨ ରେ COVID-୧୯ ର ଦ୍ୱିତୀୟ ଲହରୀରେ ସମୟରେ ପ୍ରାଣ ହରାଇଥିବା ଡାକ୍ତରଙ୍କ ଏକ ରାଜ୍ୟସ୍ତରୀୟ ତଥ୍ୟ ପ୍ରକାଶ କରିଛି। ତାଲିକା ଅନୁଯାୟୀ, ବିହାରରୁ ସର୍ବାଧିକ ୧୧୧ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ୟୁଟି ଲାଇନରେ ମୋଟ ୭୧୯ ଡାକ୍ତରଙ୍କ ମୃତ୍ୟୁ ଘଟିଛି।

ବିହାରରୁ, ମହାମାରୀର ଦ୍ୱିତୀୟ ପର୍ଯ୍ୟାୟରେ ୧୧୧ ଡାକ୍ତର ପ୍ରାଣ ହରାଇଥିବା ବେଳେ ଜାତୀୟ ରାଜଧାନୀରେ ୧୦୯ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା IMA କହିଛି। ଉତ୍ତରପ୍ରଦେଶରେ ୭୯ ଜଣ ଏବଂ ପଶ୍ଚିମବଙ୍ଗରେ ୬୩ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ଓଡିଶାରୁ ୨୮ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଛି।

ଦକ୍ଷିଣ ରାଜ୍ୟ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ୩୫, ପଡୋଶୀ ତେଲେଙ୍ଗାନାରେ ୩୬ ଏବଂ ତାମିଲନାଡୁରେ ୩୨ ଡାକ୍ତର ପ୍ରାଣ ହରାଇଛନ୍ତି।

ପୁଡୁଚେରୀରେ ସର୍ବନିମ୍ନ ମୃତ୍ୟୁ ରେକର୍ଡ କରାଯାଇଛି ଯେଉଁଠାରେ କେବଳ ଜଣେ ଡାକ୍ତର ପ୍ରାଣ ହରାଇଛନ୍ତି। ତ୍ରିପୁରା, ଗୋଆ ଏବଂ ଉତ୍ତରାଖଣ୍ଡରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜାମ୍ମୁ କାଶ୍ମୀର, ହରିୟାଣା ଏବଂ ପଞ୍ଜାବରେ ତିନିଜଣଙ୍କର ମୃତ୍ୟୁ ହୋଇଛି। ମଣିପୁର ଏବଂ ଛତିଶଗଡରେ ପାଞ୍ଚ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି ବୋଲି ଆଇଏମଏ କହିଛି।