Odiapua.com

ଇନିକ୍ସପେକ୍ଟରଙ୍କ ହତ୍ୟା ଘଟଣା:ବଜରଙ୍ଗ ଦଳ ସଂଯୋଜକ ଗିରଫ

ବୁନ୍ଦେଲ ସହର:ଉତ୍ତର ପ୍ରଦେଶ ବୁନ୍ଦେଲ ସହରରେ ଗୋହତ୍ୟାକୁ ନେଇ ଘଟିଥିବା ହିଂସା ଘଟଣା ଏବଂ ଇନିକ୍ସପେକ୍ଟର ସୁବେଦ କୁମାର ସିଂଙ୍କ ହତ୍ୟା ଘଟଣାରେ ପୁଲିସ ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ଯୋଗେଶ ରାଜ୍ ସମେତ ୪ ଜଣଙ୍କୁ ଗିରଫ କରିଛି।ଏହା ସହ ଅନ୍ୟ ୨୭ ଜଣଙ୍କ ସମେତ ୫୦/୬୦ ଅଜ୍ଞାତ ଲୋକଙ୍କ ନାମରେ ମାମଲା ରୃଜୁ ହୋଇଛି।୨୫ଟି ଗାଈଙ୍କର ହତ୍ୟା ଘଟଣାକୁ ନେଇ ବୁନ୍ଦେଲ ସହରରେ ଭୟଙ୍କର ହିଂସାକାଣ୍ଡ ଘଟିଥିଲା।ଉତ୍ୟକ୍ତ ଲୋକ ପୁଲିସ ଉପରକୁ ଢେଲା ମାଡ଼ କରିବା ସହ ଥାନା ଏବଂ ଅନେକ ଗାଡ଼ି ଜାଳିଦେଲେ।ଏଥିରେ ଜଣେ ସାଧାରଣ ଲୋକ ସମେତ ଇନିକ୍ସପେକ୍ଟର ସୁବେଦ କୁମାର ସିଂଙ୍କର ମୃତ୍ୟୁ ଘଟିଥିଲା।ଗହଳି ଭିତରେ କିଛି ଲୋକ ସୁବେଦ ସିଂଙ୍କୁ ଘେରିଯାଇ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ମୁଣ୍ଡକୁ ପଥରରେ ଛେଚିଥିଲେ ଏବଂ ତାଙ୍କ ସର୍ଭିସ ରିଭଲବଲ ଛଡ଼ାଇ ନେଇ ତାଙ୍କୁ ଗୁଳି କରିଦେଇଥିଲେ।ବଜରଙ୍ଗ ଦଳ ସଂଯୋଜକ ଯୋଗେଶ ରାଜଙ୍କୁ ଏହାର ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି।ତେବେ ଏଠାରେ ଆଉ ଏକ କଥା ଉଠୁଛି,ସୁବୋଧ ସିଂ ଦାଦରୀରେ ଘଟିଥିବା ଅଖଳାଖ ହତ୍ୟା ଘଟଣାର ତଦନ୍ତ ଦାୟିତ୍ବରେ ଥିଲେ।ପୂର୍ବ ରାଗ କାରଣରୁ ତାଙ୍କୁ ଏବେ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଛି ବୋଲି କୁହାଯାଉଛି।ସୂଚନାଯୋଗ୍ୟ ଅଖଳାଖଙ୍କୁ ଘରେ ଗୋମାଂସ ରଖିଥିବା ଅଭିଯୋଗରେ ହିନ୍ଦୁ ସଙ୍ଗଠନ କାର୍ଯ୍ୟକର୍ତ୍ତା ଘରେ ପସି ତାଙ୍କୁ ପିଟିପିଟି ମୁଣ୍ଡରେ ସିଲେଇ ମେସିନ ଛେଚି ମାରି ଦେଇଥିଲେ।/ଦେବଦତ୍ତ