Odiapua.com

ପ୍ୟାନ ନଥିଲେ ଆଧାର ନମ୍ବରରେ ଆୟକର ରିଟର୍ଣ୍ଣ ଫାଇଲ କରିପାରିବେ

ନୂଆଦିଲ୍ଲୀ ୫-୭ (ଓଡ଼ିଆ ପୁଅ) ଆଜି ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତୀରମଣ। ତେବେ ପ୍ୟାନ ବଦଳରେ ଆଧାର ଦାଖଲ କରିବାର ଅନୁମତି ପ୍ରଦାନ କରାଯାଇଛି। ଯେଉଁମାନଙ୍କର ପ୍ୟାନ ନାହିଁ ସେମାନେ ଆଧାର ନମ୍ବର ପ୍ରଦାନ କରି ଆୟକର ରିଟର୍ଣ୍ଣ ଫାଇଲ କରିପାରିବେ। ସେହିପରି ଯେଉଁଠାରେ ସେମାନଙ୍କୁ ପ୍ୟାନର ଆବଶ୍ୟକତା ରହିଛି ସେଠାରେ ସେମାନେ ଆଧାରର ବ୍ୟବହାର କରିପାରିବେ। ଅର୍ଥମନ୍ତ୍ରୀ କହିଛନ୍ତି, ଏବେ ୧୨୦ କୋଟିରୁ ଊର୍ଦ୍ଧ୍ୱ ଭାରତୀୟଙ୍କ ପାଖରେ ଆଧାର ରହିଛି ଏବଂ ଏହି ପ୍ରସ୍ତାବର ଲକ୍ଷ୍ୟ ହେଉଛି କରଦାତାଙ୍କ ପାଇଁ ଆୟକର ରିଟର୍ଣ୍ଣ ଫାଇଲ ସୁଗମ କରିବା।