Odiapua.com

ଯଦି ଫଳ ଭଲ, ତେବେ ଗଛ କେବେ ଖରାପ ହୋଇ ପାରେନା ..

ଭୁବନେଶ୍ୱର: ଜଣେ ଭଲ ବ୍ୟକ୍ତି ଏକ ଖରାପ ସଙ୍ଗଠନରେ ରହିପାରେ କି? ଏହାର ଏକ ସୁନ୍ଦର ଉତ୍ତର ରହିଛି। “ଏକଦା ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଜୀ’ଙ୍କ ବାବଦରେ ଜଣେ କହିଥିଲେ ଯେ ବାଜପେୟୀ ଜଣେ ଉତ୍ତମ ବ୍ୟକ୍ତି, ଜଣେ ଷ୍ଟେଟ୍ସମ୍ୟାନ୍, ବୈଦେଶିକ ନୀତିରେ ପାରଦର୍ଶୀ। କିନ୍ତୁ, ତାଙ୍କ ମଧ୍ୟରେ ଏକ ମାଇନସ୍ ପଏଣ୍ଟ ରହିଛି।ସେ ଲୋକ ଭଲ କିନ୍ତୁ ଭୁଲ ପାର୍ଟିରେ ଅଛନ୍ତି। ଏହାର ଉତ୍ତରରେ ବାଜପେୟୀଜୀ କହିଥିଲେ, “ଯଦି ମୁଁ ପ୍ରକୃତରେ ଜଣେ ଭଲ ମଣିଷ ତେବେ ମୁଁ କିପରି ଏକ ଭୁଲ ପାର୍ଟିରେ ରହିପାରିବି? ଏବଂ ଯଦି ମୁଁ ଏକ ଭୁଲ ପାର୍ଟିରେ ଅଛି, ତେବେ, ମୁଁ ଜଣେ ଭଲ ମଣିଷ ହୋଇପାରେନା। ଯଦି ଫଳ ଭଲ ତେବେ ଗଛ କେବେ ଖରାପ ହୋଇ ପାରେନା।”
/- ଦେବଦତ୍ତ ରଥ