Odiapua.com

ଯଦି ଆପଣଙ୍କର ୱେଟିଂ ଟିକେଟ୍‌ରେ ଏହି ନିର୍ଦ୍ଦିଷ୍ଟ କୋଡ୍ ଅଛି, ତେବେ ପ୍ରଥମେ ଆପଣଙ୍କର ସିଟ୍ କନଫର୍ମ ହେବ!

ନୂଆ ଦିଲ୍ଲୀ ୯-୩ (ଓଡ଼ିଆ ପୁଅ) ଟ୍ରେନରେ ଯାତ୍ରା କରିବା ପାଇଁ ଆପଣଙ୍କୁ ଟିକେଟ୍ ବୁକ୍ କରିବାକୁ ପଡିଥାଏ। ଯାହାଫଳରେ ଆପଣ ଏକ ବର୍ଥ ପାଇଥାନ୍ତି ଏବଂ ଆପଣ ଆରାମରେ ଯାତ୍ରା ସମାପ୍ତ କରିପାରବେ। ସମସ୍ତଙ୍କ ପାଇଁ ସାଧାରଣତଃ ସ୍ଲିପର, ଏସି, ଚେୟାର କାର୍ କିମ୍ବା ଦ୍ୱିତୀୟ ଶ୍ରେଣୀରେ ବସିବା ପାଇଁ ସଂରକ୍ଷଣ ରହିବା ଆବଶ୍ୟକ। ସେଥିପାଇଁ ଆମର ଟିକେଟ୍‌ କନଫର୍ମ ହେବା ମଧ୍ୟ ଜରୁରୀ। କିନ୍ତୁ ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ଟ୍ରେନ୍ ଟିକେଟ୍ ରେ ଲେଖାଯାଇଥିବା RLWL କିମ୍ବା CKWL ର ଅର୍ଥ କ’ଣ? ଏହା ବ୍ୟତୀତ, ଆପଣ ନିଜ ଆସନର ନିଶ୍ଚିତକରଣ ଅପଡେଟ୍ କରିବାକୁ ପ୍ରତି ଘଣ୍ଟାରେ ବ୍ୟବହାର କରୁଥିବା PNR ନମ୍ବରର ଅର୍ଥ କ’ଣ? ଆଜି ଆମେ ରେଳ ଟିକେଟର ୱେଟିଂ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଜଣାଇବାକୁ ଚାହୁଁଛୁ ହୁଏତ ଆପଣଙ୍କର ଉପଯୋଗୀ ହୋଇପାରେ ବୋଲି ଆମର ଆଶା।

ଟ୍ରେନ୍ ଟିକେଟ୍ ରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଅଛି। ଯଦି ଆପଣଙ୍କର ଟିକେଟ୍ ୱେଟିଂ ଅଛି, ତେବେ ଆପଣ କେଉଁ ବର୍ଗର ୱେଟିଂ ଟିକେଟ୍‌ ତାହା ଦେଖିବା ଉଚିତ୍।

ୱେଟିଂ ଲିଷ୍ଟ ଟିକେଟ୍‌ ମଧ୍ୟ ଭିନ୍ନ ଭିନ୍ନ ଅଟେ

GNWL

ଟ୍ରେନ୍ ଟିକେଟ୍‌ରେ ଲେଖାଯାଇଥିବା ଏହି ସଂକ୍ଷିପ୍ତ ଫର୍ମର ଅର୍ଥ ହେଉଛି ସାଧାରଣ ୱେଟିଂ ଲିଷ୍ଟ। ଯେତେବେଳେ ଯାତ୍ରୀ ଏକ ପ୍ରାରମ୍ଭ ଷ୍ଟେସନରୁ କିମ୍ବା ନିକଟସ୍ଥ ଷ୍ଟେସନରୁ ଯାତ୍ରା ଆରମ୍ଭ କରନ୍ତି ସେତେବେଳେ ଏହା ଟିକେଟରେ ଲେଖାଯାଇଇଥାଏ। ୱେଟିଂ ଲିଷ୍ଟ ରେ ଏହି କୋଡ୍ ସବୁଠାରୁ ସାଧାରଣ ଅଟେ। ଏହିପରି ଟିକେଟ୍ ନିଶ୍ଚିତ ହେବାର ସମ୍ଭାବନା ଅଧିକ।

RLWL

ଟିକେଟ୍ ରେ ଲେଖାଯାଇଥିବା ଏହି କୋଡ୍ ର ଅର୍ଥ ହେଉଛି ରିମୋଟ ଲୋକେସନ୍‌ ୱେଟିଂ ଲିଷ୍ଟ। ଏହା ଯଦି ଲେଖାଯାଇଛି ତେବେ ଏହାର ଅର୍ଥ ଦୁଇଟି ବଡ ଷ୍ଟେସନ୍ ମଧ୍ୟରେ ଏକ ଷ୍ଟେସନ୍ ଅଛି ଯେଉଁଠାରେ ଆଉ ଅନ୍ୟ ଟ୍ରେନ୍ ନାହିଁ, ଏପରି ପରିସ୍ଥିତିରେ ସେଠାକାର ଯାତ୍ରୀଙ୍କୁ ପ୍ରଥମେ କାହାର ଟିକେଟ୍ ବାତିଲ ହେଲେ ସିଟ୍ ଦିଆଯାଇଥାଏ। ରିମୋଟ ଲୋକେସନ୍‌ ଷ୍ଟେସନଗୁଡିକ ଟ୍ରେନ୍ ଛାଡିବାର ତିନି ଘଣ୍ଟା ପୂର୍ବରୁ ସେମାନଙ୍କର ଚାର୍ଟ ପ୍ରସ୍ତୁତ କରନ୍ତି।

TQWL
୨୦୧୬ ପୂର୍ବରୁ, ତତ୍କାଳ କୋଟା ୱେଟିଂ ଲିଷ୍ଟ କୁ CKWL କୁହାଯାଉଥିଲା। TQWL ତତ୍କାଳ କୋଟାର ୱେଟିଂ ଲିଷ୍ଟ କ୍ଷେତ୍ରରେ ଯଦି କାହାର ଟିକେଟ୍ ବାତିଲ ହୁଏ, ତେବେ ଏହିପରି ଟିକେଟ୍ ର ପ୍ରାଥମିକତା ଶୀର୍ଷରେ ରହିଥାଏ ଏବଂ ଏହା ପ୍ରାଥମିକ ଭାବରେ କନଫର୍ମ ହୋଇଥାଏ। ଏହିପରି ଟିକେଟ୍ ପ୍ରଥମେ କନଫର୍ମ ହୋଇଥାଏ। ଏହି ବର୍ଗରେ ରିଜର୍ଭେସନ୍‌ ଅର୍ଜେଣ୍ଟ କ୍ୟାନସଲେସନ୍‌ (RAC) ର ବିକଳ୍ପ ପ୍ରଦାନ କରାଯାଇନଥାଏ। ଯଦି ଏହି ଟିକେଟ୍ କନଫର୍ମ ହୋଇନାହିଁ, ତେବେ ଏହା ସ୍ୱୟଂଚାଳିତ ଭାବରେ ବାତିଲ୍ ହୋଇଯାଇଥାଏ ଏବଂ ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସିଯିବ।

PQWL

PQWL ଅର୍ଥାତ୍ ପୁଲଡ୍ କୋଟା ୱେଟିଂ ଲିଷ୍ଟ। କିଛି ଛୋଟ ଷ୍ଟେସନ୍ ପାଇଁ ଏହି କୋଟା ଜାରି କରାଯାଇଥାଏ। ଏହି ୱେଟିଂ ଲିଷ୍ଟ ସ୍ପଷ୍ଟ ହେବା ପାଇଁ ଏହାର କୋଟାରୁ କିଛି ଟିକେଟ୍‌ ବାତିଲ୍ ହେବା ଆବଶ୍ୟକ କରେ। ଏଥିରେ ସେହି ଯାତ୍ରୀମାନଙ୍କୁ ଟିକେଟ୍ ଦିଆଯାଏ ଯେଉଁମାନେ କେବଳ ଟ୍ରେନ୍ ଆରମ୍ଭରୁ କିଛି ଷ୍ଟେସନକୁ ଯାତ୍ରା କରନ୍ତି।

RQWL

ଏହା ହେଉଛି ଶେଷ ୱେଟିଂ ଲିଷ୍ଟ। ଏହାର ଅର୍ଥ ରିକ୍ୱେଷ୍ଟ କୋଟା ୱେଟିଂ ଲିଷ୍ଟ। ଯଦି ମାର୍ଗରେ କୌଣସି ପୁଲଡ୍ କୋଟା ନଥାଏ ତେବେ ରିକ୍ୱେଷ୍ଟ କୋଟା ୱେଟିଂ ଲିଷ୍ଟ ପ୍ରସ୍ତୁତ କରାଯାଏ। ସାଧାରଣତଃ ଗୋଟିଏ ମଧ୍ୟବର୍ତ୍ତୀ ଷ୍ଟେସନରୁ ଅନ୍ୟ ମଧ୍ୟବର୍ତ୍ତୀ ଷ୍ଟେସନକୁ ଟିକେଟ୍ ବୁକ୍ କରାଯାଇଥାଏ ଏବଂ ଅନ୍ୟ କୋଟା ନଥାଏ ତେବେ ଏହି କୋଟାରେ ରଖାଯାଏ।

PNR

PNR ନମ୍ବର ହେଉଛି ତୁମର ଟିକେଟ୍ ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହି ଟିକେଟ୍ ସଂରକ୍ଷଣ ଟିକେଟ୍ ର ବାମ ପାର୍ଶ୍ୱରେ ଉପର ଲେଖାଯାଇଥାଏ। ଏହି ଟିକେଟ୍ ଆପଣଙ୍କର ଏବଂ ଆପଣ ହିଁ ଆପଣଙ୍କର ବର୍ଥରେ ଯାତ୍ରା କରୁଛନ୍ତି ଯାହାକି ପରିଚୟ ପତ୍ର ସହ ମିଳାଯାଇଥାଏ। ଟିକେଟ୍ ର PNR ନମ୍ବର ମଧ୍ୟ ଟିସି ପାଖରେ ଥାଏ, ଯାହା ଟିକେଟ୍ ସମ୍ବନ୍ଧୀୟ ଏବଂ ପାସେଞ୍ଜର ସମ୍ବନ୍ଧୀୟ ସୂଚନା ଦେଇଥାଏ।