Odiapua.com

CBSE ପରେ, ICSE ଦଶମ ବୋର୍ଡ ପରୀକ୍ଷା ବାତିଲ, ଦ୍ୱାଦଶ ପରୀକ୍ଷା ପାଇଁ ଏହି ନିଷ୍ପତ୍ତି

ନୂଆଦିଲ୍ଲୀ ୨୦-୪ (ଓଡ଼ିଆ ପୁଅ) ଦେଶରେ ଚାଲିଥିବା କରୋନା ସଙ୍କଟ ମଧ୍ୟରେ ବୋର୍ଡ ପରୀକ୍ଷା ବାତିଲ ପ୍ରକ୍ରିୟା ଚାଲିଛି। ଅନେକ ରାଜ୍ୟ ଦଶମ ବୋର୍ଡ ପରୀକ୍ଷାକୁ ବାତିଲ କରିଛନ୍ତି। ବର୍ତ୍ତମାନ ଆଇସିଏସ୍ଇ ବୋର୍ଡ ବୋର୍ଡ କରୋନା ସଙ୍କଟ କାରଣରୁ ଦଶମ ବୋର୍ଡ ପରୀକ୍ଷାକୁ ବାତିଲ କରିଦେଇଛି। ବୋର୍ଡ ଦ୍ୱାରା ପ୍ରକାଶିତ ସୂଚନା ଅନୁଯାୟୀ ଦ୍ୱାଦଶ ପରୀକ୍ଷା କେବଳ ଅଫଲାଇନ୍ ମାଧ୍ୟମରେ କରାଯିବ। ଏଥିପାଇଁ ପରେ ସମୀକ୍ଷା କରାଯାଇ ତାରିଖ ଘୋଷଣା କରାଯିବ।

ସୂଚନାଯୋଗ୍ୟଯେ, ୧୬ ଏପ୍ରିଲରେ, ICSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା। ବର୍ତ୍ତମାନ ଦଶମ ପରୀକ୍ଷା ସମ୍ପୂର୍ଣ୍ଣ ବାତିଲ ହୋଇଛି।

ଆଇସିଏସ୍ଇ ବୋର୍ଡ ପରୀକ୍ଷା ଆସନ୍ତା ୪ ତାରିଖରୁ ଆରମ୍ଭ ହେବାର ଥିଲା। ଏହାପୂର୍ବରୁ, ସିବିଏସ୍ଇ ମଧ୍ୟ ଏହାର ଶ୍ରେଣୀ ୧୦ ବୋର୍ଡ ପରୀକ୍ଷାକୁ ବାତିଲ କରିଥିବାବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା।