Odiapua.com

AN-32 ଦୁର୍ଘଟଣାରେ ଶହୀଦ ହୋଇଥିବା ୧୩ ଯବାନମାନଙ୍କର ମୃତ ଶରୀର ମିଳିଲା

ନୂଆଦିଲ୍ଲୀ ୧୩ ଜୁନ୍ (ଓଡ଼ିଆ ପୁଅ) : ଭାରତୀୟ ବାୟୁସେନାର AN-32 ବିମାନରେ ଯାତ୍ରା କରୁଥିବା ସମସ୍ତ ୧୩ ଯବାନମାନଙ୍କର ଶୃତ ଶରୀର ମିଳିଛି। ଏଏନ-୩୨ ବିମାନ ଦୁର୍ଘଟଣାରେ ଡ୍ୟୁଟି ସମୟରେ ଶହୀଦ ହୋଇଥିବା ୧୩ ଯବାନମାନଙ୍କର ଶବକୁ ଅରୁଣାଞ୍ଚଳ ପ୍ରଦେଶର ସିୟାଂଗରୁ ଉଦ୍ଧାର କରାଯାଇଛି। ଶବ ସହିତ ଭାରତୀୟ ବାୟୁସେନା ବିମାନର ବ୍ଲାକ ବକ୍ସକୁ ମଧ୍ୟ ଉଦ୍ଧାର କରାଯାଇଛି।

ଅରୁଣାଚଳ ପ୍ରଦେଶର ଦୁର୍ଘଟଣାସ୍ଥଳରୁ ଏବେ ମୃତ ଦେହ ଗୁଡ଼ିକୁ ଆଣିବା ପାଇଁ ହେଲିକପ୍ଟରର ସହାୟତା ନିଆଯିବ। ସୂଚନାଯୋଗ୍ୟଯେ, କି ବାୟୁସେନା ୩ ଜୁନରୁ ନିଖୋଜ ବିମାନ AN-32ର ୧୩ ଯବାନମାନଙ୍କର ମୃତ୍ୟୁର ପୁଷ୍ଟି କରିଛି। ବାୟୁସେନା କହିଛି କି ଆଜି ଆଠ ସଦସ୍ୟ ବିଶିଷ୍ଟ ଟିମ ଦୁର୍ଘଟଣାସ୍ଥଳରେ ପହଁଚିଛି। ଏଆରଫୋର୍ସକୁ ଦୁଃଖିତ କି ଏଏନ ୩୨ ବିମାନ ଦୁର୍ଘଟଣାରେ କେହି ମଧ୍ୟ ଜୀବୀତ ରହିପାରିଲେ ନାହିଁ।

 

 

ବାୟୁସେନା ଟ୍ଵୀଟ କରି କହିଛି, ”ଏଏନ ୩୨ ବିମାନ ଦୁର୍ଘଟଣାରେ ୱିଙ୍ଗ କମାଣ୍ଡର ଜିଏମ ଚାର୍ଲ୍ସା, ସ୍ୱାଡ୍ରନ ଲିଡର ଏଚ ବିନୋଦ, ଫ୍ଲାଇଟ ଲେଫ୍ଟନେଣ୍ଟ ଏ ତମ୍ବର, ଫ୍ଲାଇଟ ଲେଫ୍ଟନେଣ୍ଟ ଏସ ମହାନ୍ତି, ଫ୍ଲାଇଟ ଲେଫ୍ଟନେଣ୍ଟ ଏମକେ ଗର୍ଗ, ୱାରେଣ୍ଟ ଅଫିସ୍ ର କେକେ ମିଶ୍ର, ସାର୍ଜେଣ୍ଟ ଅନୂପ କୁମାର, କରପୋରଲ ଶେରୀନ, ଲୀଡ ଏୟାରକ୍ରାଫ୍ଟ ମ୍ୟାନ ଏସକେ ସିଂହ, ଲୀଡ ଏୟାରକ୍ରାଫ୍ଟ ମ୍ୟାନ ପଂକଜ, ନନ କାମ୍ବେଟେଣ୍ଟ କର୍ମଚାରୀ ପୁତଲୀ ଏବଂ ନନ କାମ୍ବଟଟେଣ୍ଟ କର୍ମଚାରୀ ରାଜେଶ କୁମାରଙ୍କର ନିଧନ ହୋଇଯାଇଛି।”

ସୂଚନାଯୋଗ୍ୟଯେ, ଭାରତୀୟ ବାୟୁସେନାର ଏଏନ-୩୨ ବିମାନ ୩ ଜୁନ ଦ୍ୱିପ୍ରହର ପ୍ରାୟତଃ ୧୨:୨୫ ବେଳେ ଆସାମର ଜୋରହାଟରୁ ଉଡ଼ାଣ ଭରି ଥିଲା ଏବଂ ପ୍ରାୟତଃ ୩୫ ମିନଟ ପରେ ଗୋଟାଏ ବେଳେ ବିମାନଙ୍କର ଗ୍ରାଉଣ୍ଡ ଷ୍ଟାଫଙ୍କ ସମସ୍ତ ପ୍ରକାର ସମ୍ପର୍କ ତୁଟି ଯାଇଥିଲା। ବିମାନ ଚୀନର ସୀମା ଅରୁଣାଞ୍ଚଳ ପ୍ରଦେଶର ମେଚୁକାରେ ଆଡଭାନ୍ସ ଲ୍ୟାଣ୍ଡିଙ୍ଗ ଗ୍ରାଉଣ୍ଡ ପର୍ଯ୍ୟନ୍ତ ଯାଉଥିଲା। ବିମାନରେ ଚାଳକ ଦଳର ୮ ଜଣ ସଦସ୍ୟ ଏବଂ ପାଞ୍ଚ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ୧୩ଜଣ ଯବାନଙ୍କୁ ନେଇ ବିମାନ ଅରୁଣାଚଳ ପ୍ରଦେଶର ମେନଚୁକା ଏୟାର ଫିଲ୍ଡ ପାଇଁ ଉଡ଼ାଣ ଭରିଥିଲା। ଉଡ଼ାନ ଭରିବା ପରେ ବିମାନଙ୍କର ଗ୍ରାଉଣ୍ଡ ଷ୍ଟାଫଙ୍କ ସମସ୍ତ ପ୍ରକାର ସମ୍ପର୍କ ତୁଟି ଯାଇଥିଲା।

ଏଆରଫୋର୍ସ ନିଖୋଜ ବିମାନକୁ ଖୋଜିବା ପାଇଁ ସୁଖୋଇ-୩୦ ଯୁଦ୍ଧ ବିମାନ ଏବଂ ସି ସି-୧୩୦ ସ୍ପେସାଲ ଅପରେସନ ଏୟାରକ୍ରାଫ୍ଟକୁ ଖୋଜିବା ଅଭିଯାନରେ ଲଗାଇଥିଲା।

ବାୟୁସେନା ଏହି ବଡ଼ କ୍ଷତି ରେ ଦୁଃଖ ପ୍ରକଟ କରିବା ସହିତ ସହୀଦ୍ ଯବାନମାନଙ୍କୁ ଏୟାର ୱାରିୟର ଭାବେ ସମେବୋଧିତ କରିଛି। ଏହା ସହିତ ସହୀଦମାନଙ୍କର ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକଟ କରିଛି।