Odiapua.com

ବାୟୁସେନାର ବିମାନ ନିଖୋଜ, ଆସାମ ଉଡ଼ାଣ ଭରିଥିଲା; ୮ କ୍ରିଉ ସଦସ୍ୟ ସମେତ ୧୩ ଯାତ୍ରୀ ଥିଲେ

ଈଟାନଗର ୩-୬ (ଓଡ଼ିଆ ପୁଅ) ଭାରତୀୟ ବାୟୁସେନାର ଏକ ଏଏନ-୩୨ ବିମାନ ସୋମବାରଦିନ ଆସାମରୁ ଜୋରହାଟ ଏୟାରବେସରୁ ଉଡ଼ାନ ଭରିବା ପରେ ଅରୁଣାଚଳ ପ୍ରଦେଶର ମେଚୁକା ଏୟାର ଫୀଲ୍ଡ ଉପରୁ ନିଖୋଜ ହୋଇଯାଇଛି। ଏହି କ୍ଷେତ୍ର ଚୀନ ସୀମାରୁ ନିକଟତର।

କୁହାଯାଉଛି କି ଗ୍ରାଉଣ୍ଡ ସୋର୍ସରୁ ବିମାନର ଶେଷଥର ଦ୍ୱିପ୍ରହର ପ୍ରାୟତଃ ୧ଟା ସମୟରେ ସଂପର୍କ ହୋଇଥିଲା। ବିମାନରେ ୮ କ୍ରିଉ ସଦସ୍ୟ ସମେତ ୧୩ ଯାତ୍ରୀ ଥିଲେ। ଭାରତୀୟ ବାୟୁସେନା ବର୍ତ୍ତମାନ ବିମାନକୁ ଖୋଜିବାପାଇଁ ଏକ ସୁଖୋଈ-୩୦ ଏବଂ ସୀ-୧୩୦ ସ୍ପେସାଲ ଅପ୍ସ ଏୟାରକ୍ରାଫ୍ଟ ଲଞ୍ଚ କରିଛି।