Odiapua.com

ମୁଁ ମୁମ୍ବାଇ ଆସୁଛି: କଙ୍ଗନା ରାନାୱତଙ୍କ ଓପନ୍ ଚ୍ୟାଲେଞ୍ଜ୍ ..

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଦେଇଛନ୍ତି ଓପନ୍ ଚ୍ୟାଲେଞ୍ଜ୍। କଙ୍ଗନା ରାନାୱତ ଟ୍ୱିଟ୍ କରିଛନ୍ତି, “ମୁଁ ଦେଖୁଛି ବହୁତ ଲୋକ ମୋତେ ମୁମ୍ବାଇ ଫେରି ନଯିବାକୁ ଧମକ ଦେଉଛନ୍ତି। ତେଣୁ ମୁଁ ଏବେ ସେପ୍ଟେମ୍ବର ୯ ତାରିଖରେ ମୁମ୍ବାଇ ଆସିବି ବୋଲି ନିଷ୍ପତ୍ତି ନେଇଛି। ମୁଁ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବାର ସମୟ ପୋଷ୍ଟ କରି ଜଣାଇଦେବି। କାହା ବାପର ସାହସ ଅଛି, ତ’ ବନ୍ଦ କରି ଦେଖାନ୍ତୁ।”

ସୂଚନାଯୋଗ୍ୟ ଯେ ସୁଶାନ୍ତ ସିଂ ରାଜପୁତଙ୍କ ମାମଲା ସମେତ ବଲିଉଡରେ ନେପୋଟିଜିମ୍ ଏବଂ ଇଣ୍ଡଷ୍ଟ୍ରିର ଡ୍ରଗ୍ ଲିଙ୍କ୍ ଉପରେ କ୍ରମାଗତ ଭାବରେ କହି ଆସୁଛନ୍ତି ଅଭିନେତ୍ରୀ କଙ୍ଗନା ରାନାୱତ। ଅତୀତରେ ସୁରକ୍ଷା ପାଇବା ନାମରେ ସେ କହିଥିଲେ ଯେ ମୁମ୍ବାଇ ପୋଲିସ ଠାରୁ ସେ ଅଧିକ ବିପଦରେ ଅନୁଭବ କରୁଛନ୍ତି। ଏବେ କଙ୍ଗନା ଅଭିଯୋଗ କରିଥିଲେ ଯେ ଶିବସେନା ନେତା ସଞ୍ଜୟ ରାଉତ ତାଙ୍କୁ ମୁମ୍ବାଇ ନଫେରିବାକୁ ଧମକ ଦେଇଛନ୍ତି। କଙ୍ଗନା ଟ୍ୱିଟ୍ କରିଥିଲେ ଶିବସେନା ନେତା ସଞ୍ଜୟ ରାଉତ ତାଙ୍କୁ ଖୋଲାଖୋଲି ଧମକ ଦେଇ ତାଙ୍କୁ ମୁମ୍ବାଇକୁ ନ ଫେରିବାକୁ କହିଛନ୍ତି। ମୁମ୍ବାଇର ରାସ୍ତାରେ ସ୍ୱାଧୀନତା ଏବଂ ଏବେ ଖୋଲା ଧମକ। ସେ ମୁମ୍ବାଇ ପୋଲିସକୁ ଭୟ କରୁଛନ୍ତି। ମୁମ୍ବାଇକୁ କାହିଁକି ପାକିସ୍ତାନ କବଜା କରିଥିବା କାଶ୍ମୀର (ପିଓକେ) ଭଳି ଅନୁଭବ କରୁଛି ବୋଲି କହିଥିଲେ କଙ୍ଗନା। ସେହିପରି ଏହା ପୂର୍ବରୁ କଙ୍ଗନା ରାନାୱତ କହିଥିଲେ ଯେ ସେ ବଲିଉଡର ଡ୍ରଗ୍ ଲିଙ୍କ୍ ବିଷୟରେ ବହୁତ କିଛି ଜାଣିଛନ୍ତି। ସେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି, କିନ୍ତୁ ସେ ସୁରକ୍ଷା ଆବଶ୍ୟକ କରନ୍ତି। /- ଦେବଦତ୍ତ ରଥ