Odiapua.com

ପୁଅ ନାଁ ଝିଅ ଅଛି ଜାଣିବା ପାଇଁ ଗର୍ଭବତୀ ପତ୍ନୀର ପେଟ ଚିରିଦେଲା ସ୍ୱାମୀ !

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାଦାଉନ୍ ଜିଲ୍ଲାରେ ମାନବିକତାକୁ ଅପମାନିତ କରିବା ପରି ଏକ ଜଘନ୍ୟ କାଣ୍ଡ ସାମ୍ନାକୁ ଆସିଛି। ଜଣେ ପିତା ପୁଅର ସନ୍ଧାନରେ ଗର୍ଭବତୀ ପତ୍ନୀଙ୍କ ପେଟକୁ ଚିରିଦେଲେ। ଯୁବକ ଜଣକ ୫ଟି ଝିଅର ବାପ। ତାଙ୍କ ପତ୍ନୀ ପୁନର୍ବାର ଗର୍ଭବତୀ ଥିଲେ। ଯୁବକ ଜଣକ ସନ୍ଦେହ କରିଥିଲେ ଯେ ତାଙ୍କ ପତ୍ନୀଙ୍କ ପେଟରେ ଥିବା ପିଲା ମଧ୍ୟ ଏକ କନ୍ୟା ସନ୍ତାନ। ଗର୍ଭରେ ଝିଅ ନାଁ ପୁଅ ଅଛି ଜାଣିବା ପାଇଁ ଯୁବକ ଜଣକ ନିଜ ପତ୍ନୀଙ୍କ ପେଟକୁ ଏକ ବ୍ଲେଡରେ ଚିରି ଦେଇଥିଲେ। ଅସହ୍ୟ ଯନ୍ତ୍ରଣା ସହ ମହିଳାଙ୍କ କ୍ରନ୍ଦନ ଶୁଣି ଘରେ ଉପସ୍ଥିତ ଝିଅମାନେ ଚିତ୍କାର କରିବାକୁ ଲାଗିଲେ। ଝିଅ ମାନଙ୍କର ଚିତ୍କାର ଶୁଣି ପାଖ ପଡ଼ୋଶୀ ଦୌଡ଼ି ଆସି ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଏବଂ ତୁରନ୍ତ ପୀଡ଼ିତା ମହିଳାଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମହିଳା ଜଣଙ୍କର ଅବସ୍ଥା ଏବେ ଗୁରୁତର ଥିବା କୁହାଯାଉଛି।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ପହଞ୍ଚି ଅଭିଯୁକ୍ତ ରାକ୍ଷସ ପ୍ରକୃତି ଯୁବକଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି। ରାଷ୍ଟ୍ରୀୟ ମହିଳା ଆୟୋଗର ଅଧ୍ୟକ୍ଷ ରେଖା ଶର୍ମା ଏହି ମାମଲାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରେଖା କହିଛନ୍ତି, ଯେ ଆଜି ବି ଆମ ସମାଜରେ ପୁଅର ଅଧିକ ଅସ୍ତିତ୍ୱ ଅଛି, ଝିଅ ମାନଙ୍କର ନୁହେଁ। କାରଣ ଚିନ୍ତାଧାରା ଶେଷ ହୋଇନାହିଁ। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଯାହା ଫଳରେ ସମାଜରେ ଏପରି ଘଟଣା ଆଗକୁ ନଘଟେ। /-@DevDr