Odiapua.com

ସାପ ଭାବି ପତ୍ନୀଙ୍କ ଗୋଡ଼କୁ ବାଡ଼େଇ ଭାଙ୍ଗିଦେଲେ ସ୍ୱାମୀ

ମେଲବର୍ଣ୍ଣ:ଆଜିକାଲି ଲୋକମାନେ ବିଭିନ୍ନ ଷ୍ଟାଇଲର ତଥା ଅଦ୍ଭୁତ,ଅଜବ ପୋଷାକମାନ ପିନ୍ଧିବାର ଦେଖିବାକୁ ମିଳୁଛି।ଅଦ୍ଭୁତ ଷ୍ଟାଇଲ ଓ ଭିନ୍ନ ଦେଖାଯିବା ଇଚ୍ଛାରେ ଭ୍ରମରେ ପକାଉଥିବା କପଡା ଯେ ବେଳେବେଳେ ବଡ଼ କ୍ଷତି ପହଞ୍ଚାଇପାରେ।ଏହିପରି ଏକ ଘଟଣା ଘଟିଛି ଅଷ୍ଟ୍ରେଲିୟାର ମେଲବର୍ଣ୍ଣ ସହରରେ।ଜଣେ ମହିଳା କିଛି ଏମିତି ଡ୍ରେସ ପିନ୍ଧିଲେ ଯେ,ତାଙ୍କ ପତି ଦେଖି ଡରିଗଲେ ଓ ସେ ନିଜକୁ ବଞ୍ଚାଇବା ପାଇଁ ପତ୍ନୀଙ୍କ ଗୋଡକୁ ବାଡ଼େଇ ଭାଙ୍ଗିଦେଲେ।ପରେ ଘଟଣା ଜାଣିବା ପରେ ପତ୍ନୀଙ୍କୁ ନେଇ ଡାକ୍ତରଖାନରେ ଭର୍ତ୍ତି କରିଥିଲେ।

ମହିଳା ରାତିରେ ଶୋଇବା ସମୟରେ ସାପ ଭଳି ଦେଖାଯାଉଥିବା ଷ୍ଟକିଙ୍ଗ ପିନ୍ଧିଥିଲେ ଓ ନିଜ ପାଦକୁ ଚାଦରରୁ ବାହରକୁ କାଢ଼ି ଶୋଇଥିଲେ।ରାତିରେ ଯେତେବେଳେ ସ୍ୱାମୀ ଘରକୁ ଫେରିଥିଲେ,ସେତେବେଳେ କୋଠରୀରେ ଅନ୍ଧକାର ଥିଲା ଓ ପତ୍ନୀଙ୍କ ଗୋଡ ସାପ ଭଳି ଦେଖାଗଲା।ମହିଳାଙ୍କ ସ୍ୱାମୀ ତୁରନ୍ତ କବାଟ ପାଖରେ ଥିବା ବେସବଲ ବ୍ୟାଟ୍ ଉଠାଇଲେ ଓ ପତ୍ନୀଙ୍କ ପାଦକୁ ଜୋରରେ ପ୍ରହାର କଲେ।ଯେତେବେଳେ ପତ୍ନୀ ଜୋରରେ ଚିତ୍କାର କଲେ,ସେତେବେଳେ ସେ ଜାଣିଲେ ସେ ତାଙ୍କ ପତ୍ନୀଙ୍କ ଉପରକୁ ପ୍ରହାର କରିଛନ୍ତି ।ତା’ପରେ ସେ ତୁରନ୍ତ ନିଜ ପତ୍ନୀଙ୍କୁ ହସ୍ପି‌ଟାଲ ନେଇକି ଗଲେ।ମାଡ଼ରେ ପତ୍ନୀଙ୍କୁ ଗୋଡ଼ ଭାଙ୍ଗିଯାଇଥିବାରୁ ଏବେ ସେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।/ଦେବଦତ୍ତ