Odiapua.com

ହିନ୍ଦୁ ଧର୍ମୀୟ ଭାବନା ଉପରେ ଆଘାତ୍ ବରଦାସ୍ତ କରାଯିବନି: ହରପ୍ରିୟା ସାହୁ; ମାମଲା ଋଜୁ

ଭୁବନେଶ୍ୱର/ଭଦ୍ରକ: ସାମାଜିକ ଗଣମାଧ୍ୟମ ଫେସବୁକରେ ରବୀନ୍ଦ୍ର ମହାନ୍ତି ନାମଧାରୀ ଜଣେ ବ୍ୟକ୍ତି ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ଦେଲା ପରି କିଛି ପୋଷ୍ଟ୍ କରିଛନ୍ତି। ହିନ୍ଦୁ ଧର୍ମର ଦେବାଦେବୀଙ୍କ ସମ୍ୱନ୍ଧରେ ସେ ଅତ୍ୟନ୍ତ ଆପତ୍ତିଜନକ ଭାଷା ବ୍ୟବହାର କରିଛନ୍ତି। ଏହାକୁ ତୀବ୍ର ବିରୋଧ କରିଛନ୍ତି ବିଜେପି ନେତ୍ରୀ ହରପ୍ରିୟା ସାହୁ। ଭଦ୍ରକ ଟାଉନ୍ ଥାନାରେ ଏ’ନେଇ ଏକ ଲିଖିତ ଅଭିଯୋଗ କରିବା ସହ ଫେସବୁକରୁ ସେ ସବୁ ଆପତ୍ତିଜନକ ପୋଷ୍ଟ୍ ତୁରନ୍ତ ହଟାଯିବାର ବ୍ୟବସ୍ଥା କରାଯିବା ସହ ହିନ୍ଦୁ ଧର୍ମୀୟ ଭାବନା ପ୍ରତି ଆଘାତ ପହଞ୍ଚାଇ ଧର୍ମୀୟ ବିଦ୍ୱେଷ ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ସଂପୃକ୍ତ ଫେସବୁକ୍ ଆଇଡିଧାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବୀ କରି ବିଜେପି ଯୁବା ନେତ୍ରୀ ହରପ୍ରିୟା ସାହୁ ସହଯୋଗୀ ପଦ୍ମିନୀ ଦ୍ବିବେଦୀ, ଚୈତାଳ ଖିଲାର, ମଞ୍ଜୁବାଲା ସିହ୍ନା ଏବଂ ସ୍ୱର୍ଣ୍ଣଲତା ମିଶ୍ରଙ୍କ ସହିତ ଯାଇ ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଛନ୍ତି।ସଂପୃକ୍ତ ବ୍ୟକ୍ତି ଜଣଙ୍କ ବେଧର୍ମୀ ହୋଇପାରନ୍ତି, ନାସ୍ତିକ ହୋଇପାରନ୍ତି, କିନ୍ତୁ ଆମ ଧର୍ମୀୟ ଭାବନା ଆମ ଆସ୍ଥା, ବିଶ୍ୱାସ ଓ ଶ୍ରଦ୍ଧାକୁ ଆଘାତ୍ ଦେଲା ପରି କଥା କହିବାର ତାଙ୍କର କୌଣସି ଅଧିକାର ନାହିଁ ବୋଲି କହିବା ସହ ହିନ୍ଦୁ ଧର୍ମୀୟ ଭାବନା ଉପରେ ଏପରି ଆଘାତକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ହରପ୍ରିୟା କହିଛନ୍ତି।