Odiapua.com

ଭୋକ ଲାଗିଲା, ନିଜ ଶରୀରର ଅଧାଭାଗକୁ ଖାଇବାରେ ଲାଗିଲା ଏହି ସାପ – ଦେଖନ୍ତୁ ଭିଡ଼ିଓ

ନୂଆ ଦିଲ୍ଲୀ ୧୭-୮ (ଓଡ଼ିଆ ପୁଅ) ଫରଗଟନ ଫ୍ରେଣ୍ଡ ରେପଟାଇଲ ସେଂଚୁରୀ ପାର୍କ ପେଂସିଲଭାନିୟାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଗୋଟିଏ ସାପକୁ ଭୋକ ଲାଗିବାରୁ ସେ ନିଜକୁ ହିଁ ଖାଇବାରେ ଲାଗିଛି। ଫରଗଟନ ଫ୍ରେଣ୍ଡ ରେପଟାଇଲ ସେଂଚୁରୀ ପାର୍କ ଏହି ଅଜବ ଭିଡ଼ିଓକୁ ଫେସବୁକରେ ଶେୟାର କରିଛନ୍ତି।

ଏହି ଭିଡ଼ିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ତିନିଲକ୍ଷ ଥର ଦେଖାଯାଇସାରିଲାଣି।

ଭିଡ଼ିଓରେ ଦେଖା ଯାଇପାରେ କି କିଙ୍ଗ ସ୍ନୈକ ନାମକ ଏହି ସାପ ନିଜ ଶରୀରର ପଛଭାଗର ପ୍ରାୟତଃ ଅଧା ଶରୀରକୁ ଖାଇ ଯାଇଥିଲା। ଅବଶ୍ୟ ପରେ ଜେସ ରୋଥହୈକର ନାମକ ଜଣେ ବ୍ୟକ୍ତି ଏହି ସାପକୁ ବଞ୍ଚାଇଥିଲେ। ସେ କହିଲେ କି ସେ ସାପର ନାକକୁ ଦବାଇବା ପରେ ଘବରାଇ ନିଜର ଶରୀରକୁ ତୁରନ୍ତ ବାହରକୁ ବାହାର କରିଦେଇଥିଲା।