Odiapua.com

ପାକିସ୍ଥାନରୁ ଭୟରେ ଲୁଚି ପଳାଇଲେ ଏହି ମହିଳା; ଏବେ ମାଗୁଛନ୍ତି ଶରଣ!

ନୂଆଦିଲ୍ଲୀ: ପାକିସ୍ଥାନର ଦୋମୁହାଁ ଚରିତ୍ର ସବୁବେଳେ ସାମନାକୁ ଆସିଥାଏ।ଏବେ ଏକ ଘଟଣା ପାକିସ୍ଥାନରେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ମାନବାଧିକାର ଉଲ୍ଲଂଘନର ପ୍ରମାଣ ଦେଉଛି।ଗୁଲାଲାଇ ଇସ୍ମାଇଲ ନାମକ ଜଣେ ମହିଳା ମାନବାଧିକାର କାର୍ଯ୍ୟକର୍ତ୍ତା ପାକିସ୍ଥାନରୁ ଲୁଚି ଆମେରିକା ପଳାଇଛନ୍ତି।ଏବଂ ଆମେରିକାକୁ ରାଜନୈତିକ ଶରଣ ମାଗିଛନ୍ତି।ପାକିସ୍ଥାନୀ ଆକ୍ଟିଭିଷ୍ଟ ଗୁଲାଲାଇ ଇସ୍ମାଇଲ କହିଛନ୍ତି କି ପାକିସ୍ତାନୀ ସେନା ମହିଳାମାନଙ୍କର ଶୋଷଣ କରୁଛି।ଗୁଲାଲାଇ କୌଣସି ମତେ ପାକ ଅଧିକାରୀମାନଙ୍କ ଠାରୁ ନିଜକୁ ବଞ୍ଚାଇ ଆମେରିକାରେ ପହଞ୍ଚି ଯାଇଛନ୍ତି।ସେଠାରେ ପହଁଞ୍ଚିବା ପରେ ସେ ପାକିସ୍ଥାନୀ ସେନା ଦ୍ଵାରା ମହିଳାମାନଙ୍କ ଉପରେ କରା ଯାଉଥିବା ଅତ୍ୟାଚାର କଥା ଜଣାଇଛନ୍ତି।ଗୁଲାଲାଇ ଇସ୍ମାଇଲ ଯେତେବେଳେ ପାକିସ୍ଥାନରେ ମହିଳା ଏବଂ ଶିଶୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର କଥା ଉଜାଗର କରିବାକୁ ଚେଷ୍ଟା କଲେ, ସେତେବେଳେ ପାକିସ୍ଥାନୀ ସରକାର ତାଙ୍କ ଉପରେ ଜବରଦସ୍ତି ଦେଶଦ୍ରୋହ ଅଭିଯୋଗ ଲଗାଇ ଦେଇଥିଲେ।

ରିପୋର୍ଟ ଅନୁସାରେ, ୩୩ ବର୍ଷୀୟ ଗୁଲାଲାଇ ଇସ୍ମାଇଲ ଏବେ ନିଜର ଭଉଣୀଙ୍କ ସହିତ ବ୍ରୁକଲିନରେ ରହୁଛନ୍ତି।ଇସ୍ମାଇଲ ଆମେରୀକା ସରକାରଙ୍କର ଶରଣ ମାଗିଛନ୍ତି।ଇସ୍ମାଇଲ କହିଛନ୍ତି, ସେ ପାକିସ୍ଥାନରୁ କିପରି ଲୁଚି ପଳାଇ ଆସି ପାରିଲେ ସେ ବିଷୟରେ କିଛି କହି ପାରବେ ନାହିଁ।କାହିଁକି ନାଁ, ଏମିତି କରିବାରେ ଅନେକ ଲୋକଙ୍କ ଜୀବନ ପ୍ରତି ବିପଦ ଅଛି।ଏହା ସହିତ ସେ କହିଛନ୍ତି, ତାଙ୍କ ଉପରେ ଲଗାଯାଇଥିବା ସମସ୍ତ ଅଭିଯୋଗ ଭୁଲ।ପାକିସ୍ଥାନୀ ସେନା ଦ୍ଵାରା ମହିଳାମାନଙ୍କ ଉପରେ କରାଯାଉଥିବା ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାରୁ ଚେଷ୍ଟାକରୁଥିଲି।ସେଥିପାଇଁ ସେଠାରେ ସରକାର ତାଙ୍କୁ ଫସାଇ ଦେଇଛନ୍ତି।ରିପୋର୍ଟ ଅନୁଯାୟୀ, ଇସ୍ମାଇଲ ଯେତେବେଳେ ଯୌନ ଶୋଷଣ ମାମଲା ଗୁଡ଼ିକୁ ଉଠାଇବାକୁ ଚେଷ୍ଟା କରୁଥିଲେ, ସେତେବେଳେ ପାକିସ୍ଥାନୀ ସେନା ନିଜକୁ ବଞ୍ଚାଇବା ପାଇଁ ତାଙ୍କ ଉପରେ ଦେଶଦ୍ରୋହ ଅଭିଯୋଗ ଲଗାଇଥିଲେ।ମିଳିଥିବା ଖବର ସୂତ୍ରରୁ ଇସ୍ମାଇଲଙ୍କ ପରିବାର କହିଛନ୍ତି, ତାଙ୍କର ଘର ଉପରେ ସୁରକ୍ଷାକର୍ମୀ ୫ ଥର ଛାପା ମାରିଛନ୍ତି।ସେନା ଦେଶର ପ୍ରତ୍ୟେକ କୋଣରେ ଗୁଲାଲାଇ ଇସ୍ମାଇଲଙ୍କୁ ଖୋଜୁଛି।ଇସ୍ମାଇଲଙ୍କ ପିତା ମୋହମ୍ମଦ ଇସ୍ମାଇଲ (ଅବସରପ୍ରାପ୍ତ ପ୍ରଫେସର) ଏବଂ ମା’ ଉଜ୍ଲୀଫତ ଇସ୍ମାଇଲଙ୍କୁ ଆତଙ୍କବାଦୀଙ୍କୁ ଅର୍ଥ ସହାୟତା କରୁଥିବା ଅଭିଯୋଗର ସାମ୍ନା କରିବାକୁ ପଡ଼ୁଛି।ଗୁଲାଲାଇ କହିଛନ୍ତି, ‘ହତିଆର ସମେତ ସମସ୍ତ ଲୋକ ସାଧା କପଡ଼ାରେ ଆସିଥାନ୍ତି।୩୦ ରୁ ୪୦ ବାହନ ସହିତ ସେମାନେ ସମ୍ପୂର୍ଣ୍ଣ କ୍ଷେତ୍ରକୁ ଘେରିନିଅନ୍ତି।ପ୍ରବଳ ମାତ୍ରାରେ ଲୋକ ଘର ପଶି ଘରର କୋଣ ଅନୁକୋଣର ତଲାସି କରନ୍ତି।

ପାକିସ୍ଥାନ ସେନାର ପ୍ରବକ୍ତା ମେଜର ଜନେରାଲ ଆସିଫ ଗଫୁର କହିଛନ୍ତି, ‘ଦେଶର ପ୍ରତିଷ୍ଠିତ ସଂସ୍ଥାନ ବିରୁଦ୍ଧରେ ଅପମାନଜନକ ଭାଷାର ବ୍ୟବହାର କରିବା ଯୋଗୁଁ ତାଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି।ସୁରକ୍ଷାବଳ ଦ୍ଵାରା କୌଣସି ଉତ୍ପିଡ଼ନ କିମ୍ବା କୌଣସି ମଧ୍ୟ ଛାପାମାରୀ ହୋଇ ନାହିଁ।ଯଦି ସେ କୌଣସି ଅପରାଧ କରିନାହାଁନ୍ତି, ତେବେ ସାମନାକୁ ଆସି ଆଇନଗତ ଲଢ଼ିବା ଆବଶ୍ୟକ।//ଦେବଦତ୍ତ ରଥ