Odiapua.com

ଖୋଲିଲା ରହସ୍ୟ: କିଏ ଥିଲା ଶ୍ରୀଦେବୀଙ୍କ ହତ୍ୟାକାରୀ?

ମୁମ୍ବାଇ: ବଲିଉଡ୍ କୁଇନ୍ ଶ୍ରୀଦେବୀ ଗତ ୨୪ ଫେବୃଆରୀ, ୨୦୧୮ ଦିନ ସାରା ଦୁନିଆରୁ ବିଦାୟ ନେଇ ଆରପାରିକୁ ଚାଲି ଯାଇଥିଲେ। ତେବେ ସେବେଠାରୁ ଶ୍ରୀଦେବୀଙ୍କ ମୃତ୍ୟୁର କାରଣ ରହସ୍ୟ ଘେରରେ ରହି ଆସିଛି। ଦୁବାଇର ଏକ ହୋଟେଲରେ ଏକ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ବାଥରୁମ ଭିତରେ ଗାଧୁଆ ଟବରେ ପଡ଼ି ଶ୍ରୀଦେବୀଙ୍କ ମୃତ୍ୟୁ ଘଟିଥିଲା ବୋଲି କୁହାଗଲା। ତେବେ, ଶ୍ରୀଦେବୀଙ୍କ ମୃତ୍ୟୁ ସ୍ୱାଭାବିକ ନଥିଲା। ତାଙ୍କର ହତ୍ୟା କରାଯାଇଥିଲା। ଏବଂ ଶ୍ରୀଦେବୀଙ୍କ ସ୍ୱାମୀ ବୋନି କାପୁର ହିଁ ତାଙ୍କ ହତ୍ୟାକାରୀ ଥିଲେ ବୋଲି ସେବେଠାରୁ ସନ୍ଦେହ ରହି ଆସିଥିଲା। ତେବେ, ଦୀର୍ଘ ଦିନ ପରେ ଏ ନେଇ ଏବେ ମୁହଁ ଖୋଲିଛନ୍ତି ବୋନି କାପୁର। ବୋନି କାପୁର କହିଛନ୍ତି, ୨୦୧୮ ମସିହାରେ ଏକ ବାହାଘର ଉତ୍ସବରେ ଯୋଗ ଦେବାକୁ ଯାଇ ଦୁବାଇର ଏକ ହୋଟେଲରେ ଗାଧୁଆ ଟବରେ ବୁଡି ଶ୍ରୀଦେବୀଙ୍କର ମୃତ୍ୟୁ ହୋଇଥିଲା। ଶ୍ରୀଦେବୀଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇ ବୋନି କହିଛନ୍ତି ଯେ, ସେ ଠିକ୍ ଭାବରେ ଖିଆପିଆ କରୁନଥିଲେ। ସେ ବେଳେବେଳେ ଉପାସ ରହୁଥିଲେ। ଏହା ମାଧ୍ୟମରେ ସେ ଭଲ ଦିଶିବାକୁ ଚାହୁଥିଲେ। ଡାଏଟିଂ ଯୋଗୁ ତାଙ୍କ ଓଜନ ୪୬/୪୭ କେଜିକୁ ଖସି ଆସିଥିଲା। ସେ ତାଙ୍କ ଖାଦ୍ୟରେ ଲୁଣର ମାତ୍ରା ପୂରା କମାଇ ଦେଇଥିଲେ। ଏଥିପାଇଁ ହୁଏତ ମୁଣ୍ଡ ବୁଲାଇବା ଯୋଗୁଁ ସେ ମୁହଁମାଡି ବାଥ ଟବରେ ପଡିଯାଇଥିବେ ଓ ଆଉ ଉଠିପାରିନଥିବେ ବୋଲି ବୋନି କାପୁର କହିଛନ୍ତି। ଏହାସହ ବୋନି କହିଛନ୍ତି ଶ୍ରୀଦେବୀଙ୍କ ମୃତ୍ୟୁ ପ୍ରାକୃତିକ ନୁହେଁ, ଦୁର୍ଘଟଣାଜନିତ ଥିଲା। କିନ୍ତୁ ସେ ହତ୍ୟା କରିଛନ୍ତି ବୋଲି ଯେଉଁ ଅଭିଯୋଗ କରାଯାଉଛି, ତାହା ସମ୍ପୂର୍ଣ୍ଣ ମିଛ।ବୋନି କହିଛନ୍ତି ମୁଁ ଏହା ଉପରେ କିଛି କହୁନଥିଲି କାରଣ ମୋ ବିରାଧରେ ତଦନ୍ତ ଚାଲିଥିଲା ଏବଂ ମୋତେ ପ୍ରାୟ ୨୪ ବା ୪୮ ଘଣ୍ଟା ଧରି ପଚରାଉଚରା କରାଯାଉଥିଲା। ତାପରେ ଦୁବାଇ ପୋଲିସ ମୋତେ କ୍ଲିନ ଚିଟ ଦେଇଥିଲା। ମୁଁ ଆଗରୁ ଯାହା କହିଆସିଛି, ତାଠୁ ଅଧିକା କଥା କିଛି କହିବାର ନାହିଁ। ମୋତେ ସବୁ ପ୍ରକାର ଯାଞ୍ଚ କରାଯାଇଛି। ଶେଷରେ ତଦନ୍ତରୁ ଏହି ନିଷ୍କର୍ଷ ମିଳିଲା ଯେ ଶ୍ରୀଦେବୀଙ୍କୁ କେହି ହତ୍ୟା କରିନାହାନ୍ତି, ଦୁର୍ଘଟଣାବଶତଃ ପାଣିରେ ବୁଡି ତାଙ୍କର ମୃତ୍ୟୁ ହୋଇଛି। ବୋନି କାପୁର ଏବେ ଏମିତି କହିଥିବା ବେଳେ ତଥାପି ଲୋକଙ୍କ ମନରେ ଏକ ସନ୍ଦେହ ରହିଛି।
-/Dev@DRath