Odiapua.com

ଦୀର୍ଘ ଅଢେଇ ମାସ ପରେ ଖୋଲିଲା ହୋଟେଲ

ପୁରୀ, ୯/୬-୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଦେଶରେ ଓ ରାଜ୍ୟରେ ଲକଡାଉନ ଚାଲିଥିବା ଯୋଗୁଁ ସହରରେ ଥିବା ସମସ୍ତ ହୋଟେଲ ଲଜିଂ ହାଉସ କୁ ବନ୍ଦ କରିଦିଆଯାଇଥିଲା। ଗତକାଲି ଛୋଟ ବଡ ୪୦ ଟି ହୋଟେଲ ଖୋଲାଯାଇଛି। ସର୍ବନିମ୍ନ କର୍ମଚାରୀ ଓ ସାମାଜିକ ଦୂରତା ରକ୍ଷା କରି ହୋଟେଲ ଖୋଲାଯାଇଛି। ହୋଟେଲ ରେ ରୁମ ସଂରକ୍ଷଣ ନୈରାଷ୍ୟଜନକ ରହିଛି। ମାତ୍ର ୬୦ ଟି ରୁମ୍ ବୁକିଂ ହୋଇଛି। କେତେକ ହୋଟେଲ ରେ ଜିରୋ ବୁକିଂ ରେ ମଧ୍ୟ ଖୋଲାଯାଇଛି। ଧିରେ ଧିରେ ଏହି ସଂକଟ ଦୂର ହୋଇ ସ୍ୱାଭାବିକ ସ୍ଥିତି ଆସିବ ବୋଲି ହୋଟେଲ ମାଲିକ ମାନେ ଆଶା ରଖିଛନ୍ତି। ଆସନ୍ତା ମାସ ୧ ତାରିଖରୁ ପୁରୀ କୁ ରେଳଯାତ୍ରୀ ପରିବହନ ସେବା ଆରମ୍ଭ ହେବ ବୋଲି ସରକାରୀ ଘୋଷଣା ହୋଇଛି। ପୁରୀକୁ ମଧ୍ୟ ବର୍ତମାନ ସୁଧା ବସ୍ ସେବା ସ୍ୱାଭାବିକ ହୋଇନାହିଁ। ବିଭିନ୍ନ ପ୍ରାନ୍ତରରୁ ଟୁରିଷ୍ଟ ନଆସିଲେ ହୋଟେଲ ଶିଲ୍ପ ଉପରେ ନିର୍ଭର କରି ଚଳୁଥିବା ମାଲିକ ଓ କର୍ମଚାରୀ ଙ୍କର ଅର୍ଥନୀତି ରେ ମଧ୍ୟ ସୁଧାର ଆସିବ ନାହିଁ। କୋଭିଡ୍‌୧୯ ଗାଇଡଲାଇନ କୁ କଡାକଡି ଭାବେ ପାଳନ କରିବାକୁ ହୋଟେଲ ବଏ, କର୍ମଚାରୀଙ୍କୁ ତାଲିମ ଦେବାପାଇଁ ମଧ୍ୟ ନିଷ୍ପତି ହୋଇଛି। ହୋଟେଲ ବିଶୋଧନ ନିରନ୍ତର ହାତ ଧୁଆ ପ୍ରବେଶ ବେଳେ ହାତରେ ସାନିଟାଇସଜେଶନ ହୋଟେଲ ପରିସର ପରିମଳ ଆଦିକୁ ଅନୁପାଳନ କରିବାରେ ଅବହେଳା ନକରିବାକୁ ହୋଟେଲ ସଂଘ ପରାମର୍ଶ ଦେଇଛି।