ନୂଆଦିଲ୍ଲୀ: କିଛିଦିନ ତଳେ ଅକ୍ଷୟ କୁମାରଙ୍କ ଏକ ଫିଲ୍ମ ଆସିଥିଲା holiday: A soldier is never off duty. ଏବେ ତାହା ବାସ୍ତବରେ ରୂପାନ୍ତରିତ ହେବାକୁ ଯାଉଛି। ଏଣିକି ଛୁଟି ଦିନରେ ବି ଦେଶସେବା କରିବେ ଭାରତୀୟ ଯବାନ। ଭାରତୀୟ ସେନାର ଯବାନମାନେ ଛୁଟି ଦିନରେ ମଧ୍ୟ ଦେଶ ସେବାରେ ନିୟୋଜିତ ରହିବେ। ଯବାନ ମାନେ ଛୁଟି ସମୟରେ ସାମାଜିକ ସେବାରେ ଅଂଶଗ୍ରହଣ କରନ୍ତୁ ବୋଲି ଆଗ୍ରହ ପ୍ରକାଶ କରିଛି ଭାରତୀୟ ସେନା। ଦେଶର ସମସ୍ତ ସେନା ବାହିନୀକୁ ସେମାନଙ୍କ ମତାମତ ଦେବାକୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ସେନା ମୁଖ୍ୟାଳୟର ଆଡଜୁଟାଣ୍ଟ ଜେନେରାଲ ଶାଖାର ସମାରୋହ ଏବଂ କଲ୍ୟାଣ ନିର୍ଦ୍ଦେଶାଳୟ ମେ’ ମାସରେ ସମସ୍ତ ନିର୍ଦ୍ଦେଶର ମୁଖ୍ୟାଳୟକୁ ଏକ ଚିଠି ପ୍ରଦାନ କରାଯାଇଥିଲା। ବିଭାଗ ଦ୍ୱାରା ଜାରି ଚିଠିରେ ଲେଖାଥିଲା, ‘ଛୁଟିରେ ଥିବା ପ୍ରତ୍ୟେକ ଯବାନ ନିଜ ଆଗ୍ରହ ଓ ଦକ୍ଷତା ଅନୁସାରେ ଯେକୌଣସି ସମ୍ପ୍ରଦାୟର ଲୋକ କିମ୍ବା କୌଣସି ସାମାଜିକ କାର୍ଯ୍ୟରେ ଯୋଗଦେବା ଉଚିତ୍। ରାଷ୍ଟ୍ର ନିର୍ମାଣ ପ୍ରୟାସର ଏକ ଅଂଶ ଭାବରେ ସେମାନେ ସାଧାରଣ ନାଗରିକମାନଙ୍କୁ ମଧ୍ୟ ଏହି ସାମାଜିକ କାର୍ଯ୍ୟରେ ଜଡିତ ରଖିବା ଉଚିତ୍। ଚିଠିରେ କୁହାଯାଇଛି ଯେ, ମତାମତ ନେବା ପରେ ଏହା ତୁରନ୍ତ କାର୍ଯ୍ୟକାରୀ ହେବ।
-/DevDRath
Holiday: A soldier is never off duty: ଏଣିକି ଛୁଟି ଦିନରେ ବି ଦେଶସେବା କରିବେ ଭାରତୀୟ ଯବାନ ..
