Odiapua.com

ଭାରତୀୟ ହକି ଟିମ୍ ର ବିଜୟ: ସ୍ପେନ୍ କୁ ୩-୦ରେ ପରାସ୍ତ କଲା

ନୂଆଦିଲ୍ଲୀ/ଟୋକିଓ ୨୭-୭ (ଓଡ଼ିଆ ପୁଅ) ଭାରତୀୟ ହକି ଦଳ ଟୋକିଓ ଅଲିମ୍ପିକ୍ସରେ ଦ୍ୱିତୀୟ ବିଜୟ ହାସଲ କରିଛି। ଦଳ ତୃତୀୟ ପୁଲ୍ ଏ ମ୍ୟାଚ୍ ରେ ସ୍ପେନକୁ ୩-୦ରେ ପରାସ୍ତ କରିଛି। ଭାରତ ପାଇଁ ରୁପିନ୍ଦର ପାଲ ସିଂ ୨ଟି ଏବଂ ଗୋଟିଏ ଗୋଲ ସିମରଞ୍ଜିତ ସିଂଙ୍କ ଦ୍ୱାରା କରାଯାଇଥିଲା। ଟିମ୍ ଇଣ୍ଡିଆ ପୂର୍ବରୁ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ତେବେ ଗତ ମ୍ୟାଚ୍‌ରେ ବାରତୀୟ ଦଳକୁ ଅଷ୍ଟ୍ରେଲିଆ ବିପକ୍ଷରେ ୧-୭ରେ ପରାଜୟର ସାମ୍ନା କରିବାକୁ ପଡିଥିଲା।