Odiapua.com

ଦେଶରେ ୩୨,୬୯୫ ନୂଆ କରୋନା ଆକ୍ରାନ୍ତ, ୬୦୬ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୨୪,୯୧୫

ନୂଆ ଦିଲ୍ଲୀ ୧୫-୭ (ଓଡ଼ିଆ ପୁଅ) ଆଜିବି ଦେଶରେ ୩୨,୬୯୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୬୦୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୬୮,୮୭୬ କୁ ବୃଦ୍ଧି ପାଇଛି ଏବଂ ୩,୩୧,୧୪୬ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୬,୧୨,୮୧୫ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୨୪,୯୧୫ କୁ ବୃଦ୍ଧି ପାଇଛି।