Odiapua.com

ମହାରାଷ୍ଟ୍ରରେ ପ୍ରବଳ ବର୍ଷା: ଜନଜୀବନ ପ୍ରଭାବିତ NDRF ର ଉଦ୍ଧାର କାର୍ଯ୍ୟ ଜାରୀ

– ମୁମ୍ବାଇ-ପୁଣେ-ନାଶିକ –ଅହମ୍ମଦ ନଗରରେ ମୂଷଳଧାରାରେ ଲଗାଣ ବର୍ଷା
ମୁମ୍ବାଇ ୪-୮ (ଓଡ଼ିଆ ପୁଅ) ଗତ ୧୦ ଦିନରୁ କ୍ରମାଗତଭାବେ ବର୍ଷାରେ ଆଜି ରବିବାରଦିନ ମଧ୍ୟ ମହାରାଷ୍ଟ୍ର ଏବଂ ଆଖପାଖର ରାଜ୍ୟଗୁଡ଼ିକରେ ସମ୍ପୂର୍ଣ୍ଣ ପ୍ରଭାବ ପକାଇଛି। କ୍ରମାଗତଭାବେ ହେଉଥିବା ମୂଷଳାଧାର ବର୍ଷାରେ ଏଠାରେ ଜନଜୀବନ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଛି। ପୁଣେର ନଦୀଗୁଡ଼ିକରେ ସମସ୍ତ ବନ୍ଧରୁ ପାଣି ଖୋଲିଦିଆଯାଇଛି ଏହା ଫଳରେ ନଦୀ ଜଳ ନଦୀମାନଙ୍କରେ ପ୍ରବଳ ମାତ୍ରାରେ ବହିବା ଏବଂ ବିପଦପୂର୍ଣ୍ଣ ମାତ୍ରାରେ ନଦୀ କୂଳ ବସ୍ତିଗୁଡ଼ିକରେ ପାଣି ଆସିବା ଦ୍ୱାରା ଲୋକମାନଙ୍କୁ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ମୁମ୍ବାଇର ମଧ୍ୟ ବେହାଲ ପରିଲକ୍ଷିତ ହେଉଛି।

ଭାରୀ ବର୍ଷାରେ ଆସିଥିବା ବନ୍ୟାଜଳରୁ ପଶୁମାନଙ୍କୁ NDRF ଉଦ୍ଧାର କରୁଥିବାର ଦୃଶ୍ୟ ଆପଣ ଦେଖି ପାରୁଛନ୍ତି। ପୁଣେର କାମଶେଟ ପରିସରରେ ବନ୍ୟାଜଳ ଭରି ଯିବାରୁ ୬ଟି ମଇଁଶି, ୭ଟି ଗାଈକୁ NDRF ଉଦ୍ଧାର କରିଛି।

ମୁମ୍ବାଇରେ ରବିବାରଦିନ ଭାରୀ ବର୍ଷା କାରଣରୁ ଅନେକ ରେଲୱେ ଷ୍ଟେସନରେ ଟ୍ରାକ ଉପରେ ପାଣି ଚାଲୁଛି। ଏହି କାରଣରୁ ଅନେକ ଟ୍ରେନକୁ ରଦ୍ଦ କରିଦିଆ ଯାଇଛି। ବର୍ତ୍ତମାନ ମୁମ୍ବାଇର ଲୋକମାନଙ୍କୁ କୁ ବର୍ଷାରୁ ଆଶ୍ୱସ୍ତି ମିଳିବାର ଆଶା ଦେଖାଯାଉ ନାହିଁ। ଭାରତୀୟ ପାଣିପାଗ ବିଭାଗ ଚେତାବନୀ ଜାରୀ କରି କହିଛି ଜରୁରୀ କାମ ନହେଲେ ଘରୁ ବାହାରକୁ ନ ବାହାରିବାକୁ ଉପଦେଶ ଦିଆଯାଇଛି। ଆଜି ଦ୍ୱିପ୍ରହରରେ ହାଇ ଟାଇଡର ମଧ୍ୟ ଚେତାବନୀ ଦିଆଯାଇଛି।