Odiapua.com

୫ ଟି ଜିଲ୍ଲାରେ ପ୍ରବଳ ବର୍ଷା

ପୁରୀ, ୧/୧୦ (ଓଡ଼ିଆ ପୁଅ) -୫ ଟି ଜିଲାରେ ଅତି ପ୍ରବଳ ବର୍ଷା ବର୍ଷିବ। ଏହି ଜିଲ୍ଲାଗୁଡିକ ହେଉଛି ଜଗତସିଂହପୁର, କଟକ, ପୁରୀ, କେନ୍ଦ୍ରାପଡା ଓ ଢେଙ୍କାନାଳ। ଏହି ଜିଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଉ କିଛି ଜିଲା ପାଇଁ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହି ଜିଲା ସବୁ ହେଉଛି ଖୋର୍ଦ୍ଧା, ଗଞ୍ଜାମ, ଅନୁଗୁଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କନ୍ଧମାଳ, ନୟାଗଡ ଓ ବୌଦ୍ଧ। ଆଜିଠାରୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଏଭଳି ପାଣିପାଗ ଲାଗିରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।