Odiapua.com

କୋଲାବିରା ବ୍ଲକ୍ ରେ ହରିଶ୍ଚନ୍ଦ୍ର ଯୋଜନା ବାଟବଣା

କୋଲାବିରା, ୯।୧୨ (ଓଡ଼ିଆ ପୁଅ/ନିଶିତ କୁମାର ବହିଦାର) ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଲୋକଙ୍କ ଲାଗି ସରକାର ବିଭିନ୍ନ ଜନମଙ୍ଗଳ ଯୋଜନା କରିଛନ୍ତି। ଆଉ ଏଥି ନିମନ୍ତେ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ମାତ୍ର ଏହି ଯୋଜନା ତୃଣମୂଳ ସ୍ତରରେ କେତେଦୂର କାର୍ଯ୍ୟକାରୀ ହେଉଛି ତାହା ତଦନ୍ତ ହେଉନଥିବାରୁ ଅନେକ ସ୍ଥାନରେ ଏହି ଯୋଜନା ଅସଫଳ ହେଉଥିବା ଅଭିଯୋଗ ହୋଇଛି। ଏପରି ଏକ ଜନମଙ୍ଗଳ ଯୋଜାନ କୋଲାବିରା ବ୍ଲକରେ ସମ୍ପୂର୍ଣ୍ଣ ଦିଗହରା ହୋଇଛି ବୋଲି ଗୁରୁତର ଅଭିଯୋଗ ହୋଇଛି। ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନା ଅନୁସାରେ କୌଣସି ଗରିବ, ଅସହାୟ ଲୋକଙ୍କ ମୃତ୍ୟୁ ହେଲେ ଶବ ସଂସ୍କାର ନିମନ୍ତେ ଉକ୍ତ ପଂଚାୟତର ସରପଂଚଞ୍ଚ ହଜାରେ ରୁ ଦୁଇ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବାର ନିୟମ ରହିଛି। ଏହି ଯୋଜନାରେ କୋଲାବିରା ବ୍ଲକର ୯ଟି ପାଂୟତକୁ ଲକ୍ଷଲକ୍ଷ ଟଙ୍କାର ଅନୁଦାନ ଆସିଥିଲା। ମାତ୍ର ଏହି ଅର୍ଥକୁ ଗରିବ ଲୋକଙ୍କ ମୃତ୍ୟୁରେ ବିନିଯୋଗ କରିବା ପରିବର୍ତ୍ତେ କେତେକ ସରପଂଚଞ୍ଚ ଏହି ଅର୍ଥକୁ ହାତେଇଥିବା ଅଭିଯୋଗ ହୋଇଛି। ଏପରିକି ୨/୩ ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ଅନେକ ପରିବାର ଏହି ଅର୍ଥ ପାଇନଥିବା ଜଣାପଡିଛି। ଲୋକଙ୍କୁ କେବଳ ଆଶ୍ୱାସନା ମିଳୁଥିବା ବିଷୟରେ ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। କୋଲାବିରା ବ୍ଲକର ୯ଟି ପଂଚାୟତରେ ଏହି ଦୁର୍ଦ୍ଦଶା ଦେଖାଦେଇଛି। ପଂଚାୟତରେ ଏବେ ସୁଦ୍ଧା ଏହି ଅର୍ଥ କାଗଜ କଲମରେ ଗଚ୍ଛିତ ରହିଛି। ମାତ୍ର ୨/୩ ବର୍ଷ ପରେ ବି ମୃତକଙ୍କ ପରିବାରକୁ ଅର୍ଥ ନମିଳିବା ପଛରେ କଣ ରହସ୍ୟ ରହିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି। ତେଣୁ ଏଦିଗରେ ବିଭାଗୀୟ କର୍ତୃପକ୍ଷ ଦୃଷ୍ଟି ଦେଇ ଏହାର ପ୍ରତିକାର କରି ଅବହେଳା ପ୍ରଦର୍ଶନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। କୋଲାବିରା ବ୍ଲର ସମାସିଂହା ପଂଚାୟତ ଏକାଦଶିଆ କାଲୋ ଗତ ଜୁଲାଇ ୨୦୧୬ ମସିହା ଠାରୁ ମୃତ୍ୟୁ ବରଣ କରିସାରିଛନ୍ତି ମାତ୍ର ତାଙ୍କୁ ହରିଶ୍ଚନ୍ଦ୍ର ଯୋଜନା ଅନ୍ତର୍ଗତ ଅର୍ଥ ଏପର୍ଯ୍ୟନ୍ତ ମିଳିନଥିବାର ଅଭିଯୋଗ କରିଛନ୍ତି ତାଙ୍କର ଜ୍ୱାଇଁ କମଳ ନାଏକ। ସେ ଏସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେହି ପରିଗ୍ରାମର ସରସ୍ୱତୀ କାଲୋ, ବେଦବ୍ୟାସ ପଟେଲଙ୍କୁ ମଧ୍ୟ ହରିଶ୍ଚନ୍ଦ୍ର ଅର୍ଥ ମିଳିନଥିବା ଅଭିଯୋଗ ହୋଇଛି। ଏସଂକ୍ରାନ୍ତରେ ସମାସିଂହା ସରପଂଚ ହେମନ୍ତ କୁମାର ସାହୁଙ୍କୁ ପଚାରିବାରୁ ଏହିଯୋଜନାରେ ଆସିଥିବା ଅର୍ଥ ହିତାଧିକାରୀଙ୍କ ବଂଟନ କରାଯାଇଥିବା ସହ ଏହି ଫଣ୍ଡରେ ଆଉ ଅର୍ଥ ନଥିବା ଜଣେଇଛନ୍ତି। ତାଛଡା ସମାସିଂହା ପଂଚୟାତର ୩୮ ଜଣ ଏହି ଯୋଜନାରୁ ଅର୍ଥ ପାଇବାର ବାକି ରହିଛି ଏବଂ ଏବିଷୟରେ ବିଡିଓ ଏବଂ ବ୍ଲକ ସମ୍ପ୍ରସାରଣ ଅଧିକାରୀ ସୁରେନ୍ଦ୍ର ସେଠଙ୍କୁ ଫଣ୍ଡ ରିଲିଜ ପାଇଁ ଅନୁରୋଧ କରାଯାଇଥିବା ଜଣେଇଛନ୍ତି।