Odiapua.com

ମୋଦୀଙ୍କ ପାଇଁ ମହାଦେବଙ୍କୁ ଅସମ୍ମାନ ନ’ କରୁ ବିଜେପି; “ହରହର ମୋଦୀ” ଏକ ଭୁଲ ନ୍ୟାରା – ହିନ୍ଦୁ ମହାସଭା

ଭୁବନେଶ୍ୱର:ମୋଦୀଙ୍କ ପାଇଁ ମହାଦେବଙ୍କୁ ଅସମ୍ମାନ ନ’ କରୁ ବିଜେପି, “ହରହର ମୋଦୀ” ଏକ ଭୁଲ ନ୍ୟାରା ବୋଲି କହିଛି ଅଖିଳ ଭାରତ ହିନ୍ଦୁ ମହାସଭା ଓଡ଼ିଶା ଶାଖା।”ହରହର ମହାଦେବ”, “ହରହର ଗଙ୍ଗା”।କେହି ହୁଏତ “ଘର ଘର ମୋଦୀ” କହି ପାରନ୍ତି।କିନ୍ତୁ “ହରହର ମୋଦୀ” ଆଦୌ ଗ୍ରହଣୀୟ ନୁହେଁ।ଏପରି ନ୍ୟାରା ଦେବାକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଏବଂ ଅନ୍ୟାନ୍ୟ ସାଧୁସନ୍ଥ ବାରଣ କରି ସାରିଛନ୍ତି।ନିଜେ ମୋଦୀ ମଧ୍ୟ ଏପରି ନ୍ୟାରା ଦେବାକୁ ବାରଣ କରି ସାରିଛନ୍ତି।

ହିନ୍ଦୁତ୍ୱ ବିଚାରଧାରାରେ ନଥାଇ ଖୋସାମତି, ଚାଟୁକାର ପ୍ରକୃତିର ବିଜେପି ଭିତରେ ଅନୁପ୍ରବେଶ କରିଥିବା କିଛି ବିଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଏପରି ଭୁଲ ବାରମ୍ବାର କରୁଛନ୍ତି।ଯାହା ହିନ୍ଦୁ ଧର୍ମ ପ୍ରତି ଅପମାନ ବୋଲି କହିଛି ହିନ୍ଦୁ ମହାସଭା।ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଖଲିକୋଟ ନିର୍ବାଚନ ମଣ୍ଡଳୀ ପାଇଁ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି ଏବଂ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ଏବଂ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ମୋହନ ମାଝୀଙ୍କ ଉପସ୍ଥିତରେ “ହରହର ମୋଦୀ” ନ୍ୟାରା ଦିଆଯାଇଥିଲା।ଯାହା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛି ହିନ୍ଦୁ ମହାସଭା।//ଦେବଦତ୍ତ