Odiapua.com

ଛାତ୍ର ଛାତ୍ରୀ ପାଳିଲେ ଗୁରୁଦିବସ

ବାଲିଗୁଡା, ୫/୯ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ )ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ଡ଼ଃ. ସର୍ବ ପଲ୍ଲୀ ରାଧା କ୍ରିଷ୍ଣନଙ୍କ ଜନ୍ମ ଦିବସ କୁ ଗୁରୁ ଦିବସ ଭାବେ ବାଲିଗୁଡା ସଦର ଟାଉନ ଓ ଏହାର ଆଖପାଖ ଅଞ୍ଚଳର ପ୍ରତ୍ୟେକ ଶିକ୍ଷା ଅନୁଷ୍ଠାନର ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନେ ମହାସମାରୋହ ରେ ପାଳନ କରିଛନ୍ତି। ଏହି ଅବସରରେ ଟାଉନର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନୁଆସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଣଷ ପଡି ପ୍ରାଥମିକ ବିଦ୍ୟାଳୟ ଶିକ୍ଷା ନିକେତନ, ଆଦିବାସୀ ମହାବିଦ୍ୟାଳୟ, ବନବାସି ସେବା ସମିତି, ଆର.ଜେ.ଏଜୁକେସନାଲ ଇନଷ୍ଟ୍ୟୁସନ, ଉପାସନା ଏଜୁକେସନ ଟ୍ରଷ୍ଟ ଓ ବଡଗାଁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସିନ୍ଧିରିଗାଁ ର ସରକାରୀ ଉଚ୍ଚ ବିଦ୍ୟାଳୟ, ଏବଂ ସିପାଞ୍ଜିରି ର ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ରେ ରାଧା କ୍ରିଷ୍ଣନଙ୍କ ଫୋଟୋ ଚିତ୍ର ରେ ସମସ୍ତ ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନେ ପୁଷ୍ପମାଲ୍ୟାର୍ପଣ କରିଥିଲେ। ପରେ ପରେ ଏକ ସଭା ର ଆୟୋଜନ କରି ରାଧା କ୍ରିଷ୍ଣନ ଏକାଧାରରେ ଜଣେ ଶିକ୍ଷକ, ଶିକ୍ଷାବିତ୍, ଦାର୍ଶନିକ ଓ କୁଟନୀତିଜ୍ଞ ଥିବା ବିଷୟ ଉଦାହରଣ ମାଧ୍ୟମରେ ଉଦବୋଧନ ଦେଇଥିଲେ। ଏନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।