Odiapua.com

ରାଷ୍ଟ୍ର ସେବିକା ସମିତି ପକ୍ଷରୁ ଗୁରୁ ଦକ୍ଷିଣା ଉତ୍ସବ ପାଳିତ ..

ଭୁବନେଶ୍ୱର/ଭଦ୍ରକ: ଭଦ୍ରକ ସ୍ଥିତ ଶିଶୁ ମନ୍ଦିର ପରିସରରେ ରାଷ୍ଟ୍ର ସେବିକା ସମିତି ପକ୍ଷରୁ ଗୁରୁ ଦକ୍ଷିଣା ଉତ୍ସବ ପାଳିତ ହୋଇଯାଇଛି। ରାଷ୍ଟ୍ର ସେବିକା ସମିତିର କ୍ଷେତ୍ରୀୟ ପ୍ରଚାରିକା ସୁଶ୍ରୀ ଲତିକା ପାଢ଼ୀ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗୁରୁ ଦକ୍ଷିଣା ଉତ୍ସବ ପାଳନର ଉଦ୍ଦେଶ୍ୟ ଏବଂ ଭାରତୀୟ ସଂସ୍କୃତିରେ ଗୁରୁ ପରମ୍ପରାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ରାଷ୍ଟ୍ର ସେବିକା ସମିତିର ଭଦ୍ରକ ଜିଲ୍ଲା କାର୍ଯ୍ୟବାହିକା ନଳିନୀବାଳା ଦାସ କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ଦୁର୍ଗା ବାହିନୀ ପୂର୍ବ ପ୍ରାନ୍ତ ସହ- ସଂଯୋଜିକା ସିପ୍ରା ରାଉତଙ୍କ ସମେତ ଭଦ୍ରକ ଜିଲ୍ଲା ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ, ଉପାଧ୍ୟକ୍ଷା ଉଷା ପାଢ଼ୀ, ସାଧାରଣ ସମ୍ପାଦିକା ଲିପିକା ବାରିକ, ସମ୍ପାଦିକା ବିଷ୍ଣୁପ୍ରିୟା ଲେଙ୍କା, ବିଷ୍ଣୁପ୍ରିୟା ଜେନା, ସ୍ୱାଗତିକା ସାହୁ ଏବଂ ଜିଲ୍ଲା ମହିଳା ମୋର୍ଚ୍ଚା ଆଇଟି ସେଲ୍ ପ୍ରମୂଖ ସ୍ୱର୍ଣ୍ଣଲତା ମିଶ୍ର ପ୍ରମୂଖ ଏହି ଗୁରୁ ଦକ୍ଷିଣା ଉତ୍ସବ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।
-@Dr