Odiapua.com

ବ୍ୟକ୍ତିଙ୍କୁ ସ୍ତ୍ରୀ ଏବଂ ଶଳା ଟେମ୍ପୋ ପଛରେ ବାନ୍ଧି ଅଧା କିଲୋମିଟର ଘୋଷାଡ଼ି ନେଲେ, ଭିଡ଼ିଓ ଭାଇରାଲ୍‌

ସୁରାଟ ୨୮-୨ (ଓଡ଼ିଆ ପୁଅ) ଗୁଜୁରାଟର ସୁରଟରେ ଏକ ପାରିବାରିକ କଳହ ପରେ ଜଣେ ବ୍ୟକ୍ତିଙ୍କୁ ଟେମ୍ପୋରେ ବାନ୍ଧି ପ୍ରାୟ ଅଧା କିଲୋମିଟର ପର୍ଯ୍ୟନ୍ତ ଟାଣି ନେଇଥିବା ଏଖ ଘଟଣା ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଆଲୋଚ୍ୟର ବିଷୟ ହୋଇଛି।

ଶନିବାର ଗିରଫ ହୋଇଛନ୍ତି ଉଭୟ ପୀଡ଼ିତଙ୍କ ପତ୍ନୀ ଏବଂ ଶଳା। ଅଭିଯୋଗ ଅନୁଯାୟୀ, ଜଣେ ମିଲ କର୍ମଚାରୀ ବାଳକୃଷ୍ଣ ରାଠୋଡଙ୍କ ଶୁକ୍ରବାର ଅପରାହ୍ନରେ ତାଙ୍କ ପତ୍ନୀ ଶୀତଳଙ୍କ ସହ ଖୁବ୍‌ ଯୁକ୍ତିତର୍କ ହୋଇଥିଲା। ଶୀତଳ ତାଙ୍କ ଭାଇ ଅନିଲଙ୍କୁ (ଟେମ୍ପୋ ଡ୍ରାଇଭର) ଡାକିଏ ବିଷୟରେ ଜଣାଇଥିଲେ, ଯିଏକି ବାଳକୃଷ୍ଣ ରାଟୋଡଙ୍କୁ ଟେମ୍ପୋରେ ଦଉଡିରେ ବାନ୍ଧି ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ଅଧ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ। କିଛି ଲୋକ ଏହା ଦେଖି ଅନିଲକୁ ଧରି ପିଟିଥିଲେ ଏବଂ ପୋଲିସ୍‌ରେ ଦେଇଥିଲେ।

ଶନିବାର ଦିନ ପୋଲିସ୍‌ ଆଇପିସି ଧାରା ୩୦୭ ଅଧୀନରେ ଉଭୟ ଅନିଲ ଏବଂ ଶୀତଲଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିଛି।