ଭୁବନେଶ୍ୱର: ରାଜ୍ୟ ବିଜେପି ଏବେ ଚରମ ବିଶୃଙ୍ଖଳା ଦେଇ ଗତି କରୁଛି। ଚାଟୁକାରୀ, ଖୋସାମତି ଆଦି ଉପରକୁ ଯିବାର ମାଧ୍ୟମ ପାଲଟିଛି। ନିଜ ନିଜ ଅଞ୍ଚଳରେ ଅଯୋଗ୍ୟ କିନ୍ତୁ ଏଣେ ଚାଟୁକାରୀ କରି ପଦପଦବୀ ମାଡ଼ି ବସିଥିବା କିଛି ନେତାନେତ୍ରୀ ଦଳକୁ ଡୁବାଇବାରେ ଲାଗିଛନ୍ତି ବୋଲି କୁହାଯାଉଛି। ଚାଟୁକାରୀ ଏବଂ ଫଟୋଉଠା ରାଜନୀତି ଓଡ଼ିଶା ବିଜେପି ପାଇଁ କାଳ ସାଜିଛି। ଏବେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ସମୟରେ ଦଳ ଭିତରେ ଥିବା ଚରମ ଗୋଷ୍ଠୀ ବିବାଦ ଦୃଷ୍ଟିଗୋଚର ହୋଇଛି। ଧର୍ମେନ୍ଦ୍ର – ଅପରାଜିତାଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧର ପରିଣାମ ସ୍ୱରୂପ ଉଭୟଙ୍କ ସମର୍ଥକଙ୍କ ମଧ୍ୟରେ ଟକରାଟକରି ପରିସ୍ଥିତି ସୃଷ୍ଟି ହୋଇଛି। ଅମିତ ଶାହାଙ୍କ ଗସ୍ତ ସମୟରେ ବିଜେପି ରାଜ୍ୟ ପ୍ରବକ୍ତା ଠାକୂର ରଞ୍ଜିତ ଦାସ ଅପରାଜିତା ଷଡ଼ଙ୍ଗୀଙ୍କ ପିଏଙ୍କୁ ଧକ୍କା ମାରିଥିବାର ଭିଡିଓ ଭାଇରାଲ ହେଉଛି। ଯାହା ଧର୍ମେନ୍ଦ୍ର ପ୍ରଧାନଙ୍କ ଛବିକୁ ମଳିନ କରୁଛି। କାରଣ ରଞ୍ଜିତ ଦାସଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କର ଜଣେ ଖାସ୍ ଅନୁଗତ ଭାବରେ ସମସ୍ତେ ଜାଣନ୍ତି। ତେଣୁ ଏହା ଧର୍ମେନ୍ଦ୍ର କରାଇଛନ୍ତି ବୋଲି ସାଧାରଣରେ ଏକ ଧାରଣା ସୃଷ୍ଟି ହେଉଛି।
-/Dr