Odiapua.com

ମହିଳାଙ୍କ ପାଇଁ ଖୁସି ଖବର: ମହିଳା ସେନା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଅନୁମୋଦନ ..

ନୂଆଦିଲ୍ଲୀ: ଭାରତୀୟ ସେନାରେ ମୋଟ ୫୫୭ ଜଣ ମହିଳା ଅଧିକାରୀମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରାଯାଇଛି। ୧୭ ଫେବୃଆରୀ, ୨୦୨୦ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଆସିବା ପରେ ମହିଳା ସେନା ଅଧିକାରୀମାନଙ୍କୁ ଏହି ଅନୁମୋଦନ ମିଳିଛି। ମହିଳା ସେନା ଅଧିକାରୀମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବା କ୍ଷେତ୍ରରେ କୌଣସି ବିଳମ୍ବ କରାଯାଇନାହିଁ। ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ପାଳନ କରି ୨୫ ନଭେମ୍ବର, ୨୦୨୧ରେ ୬୩ ଜଣ ମହିଳା ଅଧିକାରୀମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରାଯାଇଛି। ରାଜ୍ୟ ସଭାରେ ଶ୍ରୀ ଏମ. ଶନମୁଗମଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ଅଜୟ ଭଟ୍ଟ ଏହି ସୂଚନା ଦେଇଛନ୍ତି।
-/DevDr