Odiapua.com

ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାର ଅନୁସନ୍ଧାନ ଆୟୋଗର ରିପୋର୍ଟ ସାର୍ବଜନୀନ କରାଯାଉ: ଭିଏଚପି

ଭୁବନେଶ୍ୱର/କଟକ: କଟକ ସ୍ଥିତ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) କାର୍ଯ୍ୟାଳୟରେ ପରିଷଦର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ମିଲିନ୍ଦ ପାରାଣ୍ଡେ ବ୍ରହ୍ମଲୀନ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସ୍ୱାମୀଜୀଙ୍କ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ୨୦୦୮, ଅଗଷ୍ଟ ୨୩ ତାରିଖ ଦିନ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରାଯାଇଥିଲା। କିନ୍ତୁ, ତାଙ୍କ ହତ୍ୟାକାରୀଙ୍କୁ ଏ’ ପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। ଘଟଣାର ଅନୁସନ୍ଧାନ ଆୟୋଗର ରିପୋର୍ଟ ଏ’ ପର୍ଯ୍ୟନ୍ତ ସାର୍ବଜନୀନ ସାର୍ବଜନୀନ କରାଯାଇ ନାହିଁ ବୋଲି କହିବା ସହ ସରକାର ଆୟୋଗର ରିପୋର୍ଟ ଶୀଘ୍ର ସାର୍ବଜନୀନ କରନ୍ତୁ ବୋଲି ଦାବୀ କରିଛନ୍ତି ମିଲିନ୍ଦ ପାରାଣ୍ଡେ। ପୂଜ୍ୟ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ବୃଥା ଯିବ ନାହିଁ। ବିଶ୍ୱ ହିନ୍ଦୁ ପରିଷଦ ତାଙ୍କ ସଂକଳ୍ପ ପୂରଣ କରିବାରେ କାର୍ଯ୍ୟ କରୁଛି ବୋଲି କହିବା ସହ ପୁରୀ ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀଜୀଙ୍କୁ ଅପମାନିତ କରିଥିବା ଏବଂ ତାଙ୍କ ପୁତୁଳା ଜଳାଇଥିବା କମ୍ୟୁନିଷ୍ଟ କର୍ମୀ ଏବଂ ଅନ୍ୟ ହିନ୍ଦୁଦ୍ରୋହି ମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ମିଲିନ୍ଦ ପାରାଣ୍ଡେ।ସେହିପରି ଖ୍ରୀଷ୍ଟିଆନ ମିଶନାରୀମାନେ ଓଡ଼ିଶାରେ ବ୍ୟାପକ ଧର୍ମାନ୍ତରୀକରଣ କାର୍ଯ୍ୟରେ ଜଡ଼ିତ ଅଛନ୍ତି। ରାଜ୍ୟ ସରକାର ଏହାକୁ ତୁରନ୍ତ ବନ୍ଦ କରିବା ଉଚିତ ବୋଲି କହିବା ସହ ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗକୁ ବେଆଇନ୍ ଗୋଚାଲାଣ ବନ୍ଦ୍ କରିବାକୁ ମିଲିନ୍ଦ ପାରାଣ୍ଡେ ଦାବୀ କରିଛନ୍ତି।
-/Dr