Odiapua.com

୧୮ ନଭେମ୍ବରୁ ୧୩ ଡିସେମ୍ବର ପର୍ଯ୍ୟନ୍ତ ସଂସଦର ଶୀତକାଳୀନ ଅଧିବେଶନ – ମୋଦୀ ସରକାରଙ୍କ ପାଇଁ ଏହି ଅଧିବେଶନ ହେବ ଗୁରୁତ୍ତ୍ୱପୂର୍ଣ୍ଣ

ନୂଆ ଦିଲ୍ଲୀ ୨୧-୧୦ (ଓଡ଼ିଆ ପୁଅ) ସଂସଦୀୟ କାର୍ଯ୍ୟ ମନ୍ତ୍ରଣାଳୟ ତରଫରୁ ଘୋଷଣା କରାଯାଇଛିଯେ, ସଂସଦର ଶୀତକାଳୀନ ଅଧିବେଶନ ୧୮ ନଭେମ୍ବରରୁ ୧୩ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ନରେନ୍ଦ୍ର ମୋଦୀ ସରକାରଙ୍କ ପାଇଁ ଏହି ଅଧିବେଶନ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ହେବ ବୋଲି ମାନା ଯାଉଛି। ଗତ ବୁଧବାରଦିନ ମନ୍ତ୍ରିମଣ୍ଡଳର ସଂସଦୀୟ ମାମଲା ସମିତି (ସିସିପିଏ) ର ବୈଠକ ହୋଇଥିଲା। ବୈଠକର ଅଧ୍ୟକ୍ଷତା ରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରିଥିଲେ।

ଏହି ଅଧିବେଶନରେ ସରକାର ଦୁଇଟି ମହତ୍ଵପୂର୍ଣ୍ଣ ଅଧ୍ୟାଦେଶକୁ ଆଇନ୍ ରେ ପରିବର୍ତ୍ତନ କରିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରିବେ।

ସୂଚନାଯୋଗ୍ୟଯେ, ଇନକମ ଟ୍ୟାକ୍ସ ଆକ୍ଟ ୧୯୬୧ ଏବଂ ଫାଇନାନ୍ସ ଆକ୍ଟ ୨୦୧୯ ଉପରେ ସରକାର ଅଧ୍ୟାଦେଶ ଆଣିସାରିଛନ୍ତି। ଆଗାମୀ ଅଧିବେଶନରେ ଏହି ଅଧ୍ୟାଦେଶ ଉପରେ ନିଷ୍ପତି ନିଆଯାଇପାରେ। ମାନ୍ଦା ଅର୍ଥବ୍ୟବସ୍ଥା ଏବଂ ବିକାସ ଦରରେ ତେଜୀ ଆଣିବା ପାଇଁ ସରକାର କର୍ପୋରେଟ ଟ୍ୟାକ୍ସରେ ଭାରୀ ରିହାତି ଦେଇଛନ୍ତି। ସରକାରଙ୍କର ଏହି ପଦକ୍ଷେପରେ ନୂଆ ଏବଂ ଦେଶୀ ମ୍ୟାନୁଫ୍ୟାକ୍ଚରିଂଗ କମ୍ପାନୀଗୁଡ଼ିକୁ ଆଶ୍ୱସ୍ତି ଦେବାକୁ ସରକାର ଚାହୁଁଛନ୍ତି। ପୁନଶ୍ଚ ସୂଚନାଯୋଗ୍ୟଯେ, ଇନକମ ଟ୍ୟାକ୍ସ ଆକ୍ଟର ଅଧ୍ୟାଦେଶ ସେପ୍ଟେମ୍ବର ମାସରେ ଅଣାଯାଇଥି୍ଲା।

ଦ୍ୱିତୀୟ ଅଧ୍ୟାଦେଶ ମଧ୍ୟ ଗତ ମାସରେ ଅଣାଯାଇଥିଲା। ଯାହାକି ଇ-ସିଗାରେଟ ଏବଂ ଏହାର ସମ୍ବନ୍ଧିତ ଉପକରଣର ନିର୍ମାଣ, ଷ୍ଟୋରେଜ ଏବଂ ବିକ୍ରୀ ସମ୍ବନ୍ଧିତ କଟକଣା ଉପରେ ଲଗାଯାଇଛି।