Odiapua.com

ବହାମାସରେ ହରିକେନ ଡୋରିଆନ୍ ର ତାଣ୍ଡବ: ଭାରତର ୧୦ ଲକ୍ଷ ଡଲାରର ସହାୟତା

ନୂଆ ଦିଲ୍ଲୀ ୯-୯ (ଓଡ଼ିଆ ପୁଅ) ହରିକେନ ଡୋରିଆନର ତାଣ୍ଡବ ଲୀଳା କାରଣରୁ ବହାମାସରେ ବହୁଳମାତ୍ରାରେ କ୍ଷତି ହୋଇଛି। ଭାରତ ରବିବାରଦିନ ଏହି ଦ୍ଵୀପୀୟ ଦେଶକୁ ୧୦ ଲକ୍ଷ ଡଲାରର ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛି। ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରବୀଶ କୁମାର ଟ୍ଵୀଟ କରି ଏହାର ସୂଚନା ଦେଇଛନ୍ତି।

ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଟ୍ଵୀଟ କରି କହିଛନ୍ତି, “ହରିକେନ ଡୋରିଆନ କାରଣରୁ ବହାମାସରେ ହୋଇଥିଲା ଭୀଷଣ କ୍ଷତିରେ ଆମେ ଦୁଃଖୀ। ଏହି କଠିନ ସମୟରେ ବହାମାସର ମିତ୍ର ଲୋକମାନଙ୍କ ପାଇଁ ଭାରତ ସରକାର ୧୦ ଲକ୍ଷ ଡଲାରର ତତ୍କାଳ ସହାୟତା ପ୍ରଦାନ କରିଛନ୍ତି।”

ଡୋରିଆନ ପଞ୍ଚମ ଶ୍ରେଣୀର ଝଡ଼ ଭାବରେ ୧ ସେପ୍ଟେମ୍ବରରେ ବାହାମାସରେ ପହଁଚିବା ପରେ ଏଠାରେ ପବନର ବେଗ ୨୯୫ କିଲୋମିଟର ପ୍ରତି ଘଣ୍ଟା ଥିଲା। ଏହି ଝଡ଼ରେ ମୃତକଙ୍କର ସଂଖ୍ୟା ବର୍ତ୍ତମାନ ୪୩ ଅଟେ। କିନ୍ତୁ ଅଧିକାରୀମାନଙ୍କ କହିବା ଅନୁଯାୟୀ ଶହଶହ ଶବ ଏବେ ମଧ୍ୟ ବିଭିନ୍ନ ଯାଗାରେ କଢ଼ାଯିବାକୁ ବାକୀ ଅଛି। ସଂଯୁକ୍ତ ରାଷ୍ଟ୍ରର ଅଧିକାରୀମାନେ କହିଛନ୍ତି କି ଗ୍ରାଣ୍ଡ ବାହାମାସ ଏବଂ ଅବକାଓ ଦ୍ଵୀପରେ ପ୍ରାୟତଃ ୭୦,୦୦୦ ଲୋକମାନଙ୍କୁ ସହାୟତାର ଆବଶ୍ୟକତା ଅଛି।