Odiapua.com

ଗୁଗୁଲ ଡୁଡୁଲରେ ମାଇକ୍ରୋବାୟୋଲଜିଷ୍ଟ ହନ୍ସ କ୍ରିଷ୍ଟ୍ରିଆନ ଗ୍ରାମ : ଜାଣନ୍ତୁ ସେ କିଏ ?

ନୂଆ ଦିଲ୍ଲୀ ୧୩-୯ (ଓଡ଼ିଆ ପୁଅ) ମାଇକ୍ରୋବାୟୋଲଜିଷ୍ଟ ହନ୍ସ କ୍ରିଷ୍ଚ୍ରିଆନ ଗ୍ରାମଙ୍କର ଆଜି ୧୬୬ ତମ ଜନ୍ମ ଦିବସ। ବ୍ୟାକ୍ଟେରିଆ ଚିହ୍ନିବା ପାଇଁ ତାଙ୍କ ଟେକ୍ନୋଲୋଜି ଏବେ ମଧ୍ୟ ଉପଯୋଗ ହେଉଛି।

ଗୁଗୁଲ ଡୁଡୁଲକୁ ମାଇକେଲ ସୋମମେରଙ୍କ ଦ୍ଵାରା ଅଙ୍କିତ କରାଯାଇଛି। ସେ ଜଣେ ଜେନିସ୍ ର ଅତିଥି କଳାକାର।

ଗ୍ରାମଙ୍କୁ ବିଭିନ୍ନ ପ୍ରକାରର ବ୍ୟାକ୍ଟେରିଆକୁ ଜାଣିବା ପାଇଁ ଏବଂ ବର୍ଗୀକୃତ କରିବା ପାଇଁ ଏକ ଝାପସା ଦେଖାଯାଉଥିବା ଟେକ୍ନିକ ପ୍ରସ୍ତୁତ କରିବାର ଶ୍ରେୟ ଦିଆଯାଇଥାଏ।

ଗ୍ରାମ ନ୍ୟାୟଶାସ୍ତ୍ରର ପ୍ରଫେସର ଫ୍ରେଡରିକ ଟେରକେଲ ଜୁଲିୟସ ଗ୍ରାମ ଏବଂ ମାଁ ଲୁଇସ କ୍ରିଷ୍ଟ୍ରିଆନ ରାଉଲଣ୍ଡଙ୍କର ପୁତ୍ର ଅଟନ୍ତି। ତାଙ୍କର ପ୍ରାଥମିକ ଶିକ୍ଷା ପ୍ରାକୃତିକ ବିଜ୍ଞାନ ଉପରେ କେନ୍ଦ୍ରିତ ଥିଲା କିନ୍ତୁ ବି.ଏ. କୋପେନହେଗନ ମେଟ୍ରୋପଲିଟାନ ସ୍କୁଲରୁ ପାଶ୍ ହୋଇଥିଲେ ଏବଂ ଏକ ଚିଡ଼ିଆଖାନାରେ ଉଦ୍ଭିଦ ବିଜ୍ଞାନରେ ସହାୟକ ରୂପେ କାମ କରି ଥିଲେ କିନ୍ତୁ, ତାଙ୍କୁ ପରେ ଚିକିତ୍ସା ବିଜ୍ଞାନରେ ରୁଚି ହୋଇଗଲା।

ଗ୍ରାମ ୧୮୭୮ ରେ କୋପେନହେଗନ ବିଶ୍ଵବିଦ୍ୟାଳୟରେ ଏମ.ଡି. ପାଶ୍ କରିବା ପରେ ସେଠାରେ ସେ ବିଭିନ୍ନ ବିଭାଗରେ କାମ କରିଥିଲେ। କ୍ଲୋରୋକୋଟିକ୍ସରେ ମାନବ ଏରିଥ୍ରୋସାଇଟ୍ସର ଆକାର ଏବଂ ସଂଖ୍ୟା ଉପରେ ଏକ ନିବନ୍ଧ ଲେଖିଥିଲେ ଏଥିପାଇଁ ତାଙ୍କୁ ପୁରସ୍କୃତ କରାଯାଇଥିଲା। ତା’ ପରେ, ସମ୍ପୂର୍ଣ୍ଣ ୟୁରୋପର ଯାତ୍ରା କରିଥିଲେ, ବିଭିନ୍ନ ସ୍ଥାନରେ ସେ ଜୀବାଣୁ ବିଜ୍ଞାନ ଏବଂ ଔଷଧ ବିଜ୍ଞାନର ଅଧ୍ୟୟନ କରିଥିଲେ। ଶେଷରେ, ତାଙ୍କ ଯାତ୍ରା ତାଙ୍କୁ ଜର୍ମାନ ମାଇକ୍ରୋବାୟୋଲୋଜିଷ୍ଟ କାର୍ଲ ଫ୍ରେଡଲେଣ୍ଡରଙ୍କର ପ୍ରଯୋଗଶାଳାରେ କାମ କରିବା ପାଇଁ ପ୍ରେରିତ କରିଥିଲା।

ଏହାପରେ ଜଣାପଡ଼ିଲା କି କ୍ରିଷ୍ଟଲ ଭାୟୋଲେଟର ସ୍ଟେନ୍, ଆୟୋଡିନ ସଲ୍ୟୁସନ୍ସ ଏବଂ ଅର୍ଗାନିକ୍ ସଲଭାଣ୍ଟ ବ୍ୟବହାର କରି ବ୍ୟାକ୍ଟେରିଆର ନମୁନାର ଚିକିତ୍ସା କରି ଜାଣିପାରିଥିଲେ କି ସେ ବିଭିନ୍ନ ପ୍ରକାରର ନମୁନାର ସଂରଚନା ଦେଖି ପାରୁଛନ୍ତି। ଯେଉଁ କୋଶିକା ଗୁଡ଼ିକୁ ଗ୍ରାମ-ପଜିଟିବ ମାନାଯାଉଥିଲା, ସେଗୁଡ଼ିକ ମଧ୍ୟରେ ପେପ୍ଟିଡୋଗ୍ଲାଇକେନ ଏବଂ ବ୍ୟାକ୍ଟେରିଆର ତୁଳନା କମ ଲିପିଡ ସାମଗ୍ରୀକୁ ଗ୍ରାମ-ନେଗେଟିଭ୍ ମାନାଯାଇଥାଏ।