Odiapua.com

ଅକ୍ଷୟ ତୃତୀୟା ପୂର୍ବରୁ ଶସ୍ତା ହେଲା ସୁନା ଦର: ଜାଣନ୍ତୁ ଆଜିର ସୁନାରୂପା ଦର କ୍ୟାରେଟ୍ ଅନୁଯାୟୀ

ନୂଆଦିଲ୍ଲୀ ୧୨ ମଇ (ଓଡିଆ ପୁଅ) ଆଜି ସୁନା ଓ ରୂପା ମୂଲ୍ୟ କମ୍ ହୋଇଥିବା ଦେଖାଯାଇଛି। ଗତକାଲି ତୁଳନାରେ ଆଜି ସୁନା ଓ ରୂପା ମୂଲ୍ୟ ହ୍ରାସ ପାଇଛି। ବଜାରରେ ୨୪ କ୍ୟାରେଟ୍ ସୁନା ୪୭୭୦୦ ଟଙ୍କାରେ ଖୋଲିଥିବାବେଳେ ରୂପା ମୂଲ୍ୟର ମୂଲ୍ୟ ୧୦୨ ଟଙ୍କା ହ୍ରାସ ହୋଇ ୭୦୮୬୭ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଛି। ଇଣ୍ଡିଆ ବୁଲିଅନ୍ ଏଣ୍ଡ ଜୁଏଲର୍ସ ଆସୋସିଏସନ୍ ୱେବସାଇଟ୍ (ibjarates.com) ଅନୁଯାୟୀ, ୧୨ ମଇ ୨୦୨୧ ରେ ସାରା ଦେଶରେ ସୁନା ଓ ରୂପା ସ୍ପଟ୍ ମୂଲ୍ୟ ଏହିପରି

ଧାତୁ ମଇ ୧୨ ଦର (ଟଙ୍କାରେ / ୧୦ଗ୍ରାମ) ମଇ ୧୧ ଦର (ଟଙ୍କାରେ / ୧୦ଗ୍ରାମ) ଦରରେ ପରିବର୍ତ୍ତନ (ଟଙ୍କାରେ / ୧୦ଗ୍ରାମ)

ସୁନା – ୯୯୯ – (୨୪ କ୍ୟାରେଟ୍) – ୪୭୭୦୦ – ୪୭୭୮୯ (-୮୯)

ସୁନା ୯୯୫ (୨୩ କ୍ୟାରେଟ୍) ୪୭୫୦୯ – ୪୭୫୯୮ ( -୮୯)

ସୁନା ୯୧୬ (୨୨ କ୍ୟାରେଟ୍) ୪୩୬୯୩ – ୪୩୭୭୫ ( -୮୨)

ସୁନା ୭୫୦ (୧୮ କ୍ୟାରେଟ୍) ୩୫୭୭୫ – ୩୫୮୪୨ ( -୬୭)

ସୁନା ୫୮୫ (୧୪ କ୍ୟାରେଟ୍) ୨୭୯୦୫ – ୨୭୯୫୭ ( -୫୨)

ରୂପା ୯୯୯ ୭୦୮୬୭ (ଟଙ୍କାରେ / କିଲୋ ଗ୍ରାମ) ୭୦୯୬୯ (ଟଙ୍କାରେ / କିଲୋ ଗ୍ରାମ) ( -୧୦୨ ଟଙ୍କା / କିଲୋ ଗ୍ରାମ)

ଇଣ୍ଡିଆ ବୁଲିଅନ୍ ଏଣ୍ଡ ଜୁଏଲର୍ସ ଆସୋସିଏସନର ୱେବସାଇଟ୍ ଅନୁଯାୟୀ, ଆଜି ବଜାରରେ ୨୩ କ୍ୟାରେଟ୍ ସୁନାର ହାରାହାରି ମୂଲ୍ୟ ୧୦ ଗ୍ରାମ ପିଛା ୪୭୫୦୯ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ମୂଲ୍ୟ ୪୩୬୯୩ ଟଙ୍କା ଥିବାବେଳେ ୧୮ କ୍ୟାରେଟ୍ ସୁନା ମୂଲ୍ୟ ପହଞ୍ଚିଛି ୩୫୭୭୫ ଟଙ୍କା। ସୂଚନାଯୋଗ୍ୟଯେ, ଇଣ୍ଡିଆ ବୁଲିଅନ୍ ଏବଂ ଜୁଏଲର୍ସ ଆସୋସିଏସନ୍ ଦ୍ୱାରା ପ୍ରକାଶିତ ଦର ଏବଂ ଆପଣଙ୍କ ସହରର ମୂଲ୍ୟ ୫୦୦ ରୁ ୧୦୦୦ ଟଙ୍କା ମଧ୍ୟରେ ଭିନ୍ନ ହୋଇପାରେ।

IBJA ଦର ଦେଶବ୍ୟାପୀ ସ୍ୱୀକୃତିପ୍ରାପ୍ତ

ସୂଚନାଯୋଗ୍ୟଯେ, IBJA ଦ୍ୱାରା ଜାରି କରାଯାଇଥିବା ଦର ସାରା ଦେଶରେ ସର୍ବଭାରତୀୟ ସ୍ତରରେ ଗ୍ରହଣୀୟ। ତେବେ ଏହି ୱେବସାଇଟରେ ଦିଆଯାଇଥିବା ଦରରେ ଜିଏସ୍ଟି ଅନ୍ତର୍ଭୂକ୍ତ କରାଯାଇ ନାହିଁ। ସୁନା କିଣିବା ଏବଂ ବିକ୍ରୟ କରିବା ସମୟରେ, ଆପଣ IBJA ର ଦରକୁ ରେଫର୍ କରିପାରିବେ।